MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋର,ଦୀର୍ଘ ଦିନର ଦାବି ସୋରବାସୀଙ୍କ ଗତକାଲି ପୂରଣ ହୋଇଛି l

ନୂତନ ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ(ଏଡିଜେ) କୋର୍ଟକୁ ଗତକାଲି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଉଦ୍‌ଘାଟନ କରିଛନ୍ତି l ସମ୍ମାନିତ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ବିଚାରପତି ବିଭୁ ପ୍ରସାଦ ରାଉତରାୟ, ବାଲେଶ୍ଵର ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ର, ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଅଶାନ୍ତ କୁମାର ଦାସ, ରେଜିଷ୍ଟ୍ରାର (ଆଡମିଷ୍ଟ୍ରେସନ) ଜୀବନଜ୍ୟୋତି ରଥ, ମୁଖ୍ୟ ବିଚାରପତିଙ୍କ ପ୍ରମୁଖ ସଚିବ ଆନନ୍ଦ କୁମାର ଦାସ, ସୋରରେ ନବନିଯୁକ୍ତ ଅତିରିକ୍ତ ଜିଲ୍ଲା ଦୌରାଜଜ ମିନାକ୍ଷୀ ଦାସ, ସବ୍‌ଜଜ ଶ୍ରୀଲା ପ୍ରିୟଦର୍ଶନୀ ପଣ୍ଡା, ସିଭିଲ ଜଜ୍ ରାଜେଶ କୁମାର ସାହୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ ରାଜେଶ କୁମାର ଦାସ, ସିଭିଲ କୋର୍ଟ ରେଜିଷ୍ଟ୍ରାର ରଞ୍ଜନ କୁମାର ପ୍ରଧାନ, ସୋର ବାର୍ ଆସୋସିଏସନର ସଭାପତି ମହାମାୟା ପ୍ରସାଦ ମହାପାତ୍ର, ସମ୍ପାଦକ ବିଜୟକୃଷ୍ଣ ମହାପାତ୍ର ଉପସ୍ଥିତ ଥିଲେ  l

ସଭାକୁ ଓଡିଶା ହାଇକୋର୍ଟର ବାର୍ ଆସୋସିଏସନର ପୂର୍ବତନ ସମ୍ପାଦକ ସଞ୍ଜୟ କୁମାର ଦାସ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ବଚାରପତିଙ୍କୁ ସୋର କୋର୍ଟ ପରିସରରେ ଗାର୍ଡ ଅଫ ଅର୍ଡର ଦିଆଯାଇ ଉଚ୍ଛୁସିତ ସ୍ଵାଗତ କରାଯାଇଥିଲା। ଏଥିରେ ବାଲେଶ୍ଵର ଜିଲ୍ଲାପାଳ ସୋର ଥାନାଅଧିକାରୀ ପ୍ରଭାଂଶୁ ରାଜ ପ୍ରସାଦ, ବଂଶୀ ମୟୂର ବିକାଶ,ଏସ୍‌ପି ସୂର୍ଯ୍ୟବଂଶ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l ତହସିଲଦାର ପ୍ରମୁଖ ବିଭାଗୀୟ ଅଧିକାରୀ ଏହି ଅବସରରେ ସୋର ଓକିଲ ସଂଘ ପକ୍ଷରୁ ୪ଟି ଦାବି ଦାବିପତ୍ର ପ୍ରଦାନ କରାଯାଇଥିଲା l ସଂଧ୍ୟାରେ ଆୟୋଜିତ ସଭାରେ ଆଇନଜୀବୀ ସଞ୍ଜୟ ଦାସଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଧାୟକ ମାଧବ ଧଡ଼ା, ସମ୍ମାନିତ ଅତିଥିଭାବେ ଶଶୀକୁମାର ସାହୁ, ଭାରପ୍ରାପ୍ତ ପୌରାଧକ୍ଷ ସସ୍ମିତା ଦାସ, ଜିଲ୍ଲାପରିଷଦ ସଦସ୍ୟ ଜୟରାମ ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ମୋ ଟିଭି ଓଡିଶା, ସୋର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।