ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ର ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠିର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ଗୋଷ୍ଠିର ୨ ଜଣ ଛାତ ଗୁରୁତର ଭାବେ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟଜଣେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବର ପାଇ ସୋର ବିଧାୟକ ମାଧବ ଧଡ଼ା ଡାକ୍ତରଖାନା ରେ ପହଁଞ୍ଚି ଆହତ ଛାତ୍ର ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଉଭୟ ଗୋଷ୍ଠୀ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛନ୍ତି।
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।