MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ ମାମୁଁ ଗିରଫ।


ଖୋର୍ଦ୍ଧା : (ମୋଟିଭି ଓଡିଶା ) : ରକ୍ତ ସମ୍ପର୍କରେ ଲାଗିଛି କଳଙ୍କ। ନାବାଳିକା ଭାଣଜିକୁ ମାମୁଁ ଦୁଷ୍କର୍ମ ଉଦ୍ୟମ କରି ହୋଇଛି ଗିରଫ। ଟାଙ୍ଗୀ ଥାନା ପୋଲିସ ଅଭିଯୁକ୍ତ ମାମୁଁକୁ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡ଼ି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ସୂଚନା ଜଣାପଡିଛି ବାପା ମା’ ବାହାରେ ରହି କାମ କରୁଥିବାରୁ ନାବାଳିକା ଭାଣଜି ଅଜା ଘର ହାଟ ବରଡ଼ିରେ ରହି ପାଠ ପଢୁଥିଲା। ହେଲେ ନାବାଳିକାର ମାମୁଁ ଭାଣଜିକୁ ଏକୁଟିଆ ଦେଖି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାଜଣଙ୍କ ଚିତ୍କାର କରିବାରୁ ଘର ଲୋକେ ଦଉଡି ଯାଇ ନାବାଳିକାକୁ ଉଦ୍ଧାର କରିଥିଲେ। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ମାମୁଁକୁ ଟାଙ୍ଗୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକାର ଡାକ୍ତରୀ ମଇନା କରି ତଦନ୍ତ କରୁଛିପୋଲିସ।ଅଭିଯୁକ୍ତ ମାମୁଁ ଗାଁରେ ବିଭିନ୍ନ ସମୟରେ ନିଶା ଖାଇ ଚୁର ରହୁଥିଲା ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଅଭିଯୁକ୍ତ ମାମୁଁର ନାମ ଶ୍ରଵଣ ପ୍ରଧାନ, ବୟସ ୨୪ ବର୍ଷ ବୋଲି ଜଣା ପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।