February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଳବୈଶାଖା ପ୍ରଭାବରେ ଅଘଟଣ, ବିଜୁଳି ଘଡ ଘଢ଼ିରେ ଚାଲିଗଲା ୯ ଗୋମାତାଙ୍କ ଜୀବନ, କ୍ଷତି ପୁରାଣ ପାଇଁ ଦାବି ।


ମୋଟିଭି ଓଡିଶା : ଦାରିଙ୍ଗବାଡି,୮/୫(ସୁଶାନ୍ତ କୁମାର ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକପାଟା ଛକ ନିକଟ ଏକ ଆମ୍ବ ଗଛ ତଳେ ଗୋରୁମାନେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୯ ଗୋରୁଙ୍କ ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ମୁତାବକ, ସରାମୁଳି ପଞ୍ଚାୟତ ଗୁଡ୍ରିଗାଁର ଗୋରୁଗାଈ ଚରିବାକୁ ସିକପାଟା ଛକ ଅଞ୍ଚଳରେ ବୁଲୁଥିଲେ। ସେତିକିବେଳେ ହଠାତ ପବନ ବୋହିବା ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିବା ୯ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଗୁଡ୍ରିଗାଁର ଲଙ୍କେଶ୍ୱର ଦାରାମାଝୀଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଜର ମାଝିଙ୍କ ୩ଟି, ଯୋହନ ମାଝୀଙ୍କ ୨ଟି, ରାଜେନ୍ଦ୍ର ଦାରାମାଝିଙ୍କ ଗୋଟିଏ. ଯାକବ ମାଝିଙ୍କ ଗୋଟିଏ ଏବଂ ମାନସ ମାଝିଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୧୧ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ଏପରିକି କ୍ଷତିପୂରଣ ପ୍ରଦାନ ନେଇ ସାହାଯ୍ୟ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।