ଡିସେମ୍ବର ୨୮ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ସମ୍ବଲପୁରରେ ରହିଛି ଅମିତ ଶାହଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ୨ ଦିନ ପାଇଁ ସମ୍ବଲପୁର ଗସ୍ତରେ ଆସୁଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ଅମିତ ଶାହ । ସମଲେଶ୍ୱରୀ ମନ୍ଦିର ଦର୍ଶନ ପରେ ଜିଏମ କଲେଜ ଅଡିଟୋରିୟମରେ ବୈଠକ ରହିଛି । ବୁର୍ଲା ସୁପରସ୍ପେଶାଲିଟ ବିଲ୍ଡିଂର ଉଦଘାଟନ କରିବା ସାଙ୍ଗକୁ ଅନ୍ୟ ପ୍ରକଳ୍ପ କରିବେ ଉଦଘାଟନ । ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଯାଇଛି । ତେବେ କେନ୍ଦ୍ରୀୟ ନେତୃତ୍ବ ଓଡିଶା ଯେତିକି ଗସ୍ତ କରିବେ ସେତିକି ଓଡିଶାକୁ ଫାଇଦା ଦେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।