MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଜଣା ଗାଡି ଧକ୍କା ରେ ମୃତ୍ୟୁ ଘଟଣା

ଅଜଣା ଗାଡି ଧକ୍କା ରେ ମୃତ୍ୟୁ ଘଟଣା, ଶବ ରଖି ଜାତୀୟ ରାଜପଥ ଅବରୋଧ ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଲା।


କଳାହାଣ୍ଡି:୨୮/୧୨(ସନତ ପ୍ରଧାନୀ)

ଶୁକ୍ରବାର ସନ୍ଧ୍ୟାରେ ଅଜଣା ଗାଡି ଧ୍ଵକ୍କା ରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଶିଉନି ମଧ୍ୟରେ କେନ୍ଦୁଡ଼ଙ୍ଗରି ଗ୍ରାମ ର ଧବଳେଶ୍ବର ବାଗ ଙ୍କ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତକ ଙ୍କ ପରିବାର ଓ ପରିଜନ ଓ ମହିଳା ମାନେ ଜାତୀୟ ରାଜପଥ ୨୬ ମହାଜନଗୁଡା ଛକ ରେ ଶବ ରଖି ଗାଡି କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରେ ଦିନ ୧୧ ଘଣ୍ଟା ରୁ ରାସ୍ତା ଅବରୋଧ କରିଥିଲେ। ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଆମପାଣି ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ପରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବରାଡ଼ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ପହଞ୍ଚି ମୃତକ ଙ୍କ ପରିବାର ଲୋକ ଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ ତହସିଲଦାର ରେଡ଼କ୍ରସ ରୁ ୩୦ ହଜାର ସହ ଏନଏଫବିଏସ ରୁ ୨୦ ହଜାର, ଅଜଣା ଗାଡି ଧକ୍କା ରେ ମୃତ୍ୟୁ ହେଲେ ମିଳୁଥିବା ବୀମା ରାଶି ଓ ମୃତକ ଙ୍କ ୩ ପୁଅ ଙ୍କୁ ପାଠପଢା ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟାହ୍ନ ୧ ଘଣ୍ଟା ରେ ରାସ୍ତା ଅବରୋଧ ହଟିଥିଲା।

ତେବେ ଦିନ ୧୧ ଘଣ୍ଟା ରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ରହିଥିଲା। ଜାତୀୟ ରାଜପଥ ରେ ବେପରୁଆ ଗାଡି ଚାଳନା ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ପୁଲିସ ପ୍ରଶାସନ କଡା ପେଟ୍ରୋଲିଂ କରି ଦ୍ରୁତଗତି ରେ ଯାତାୟାତ କରୁଥିବା ଗାଡି ମୋଟର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।