MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡହ ଡ଼ହ ଖରାରେ ଛିଡାହେବାକୁ ପଡୁଛି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଉପଭୋକ୍ତାଙ୍କୁ , ନା ଚାଲୁଛି ଫ୍ୟାନ ନା ମିଳୁଛି ପିଇବା ପାଇଁ ପାଣି ।


ଦାରିଙ୍ଗବାଡି,୨୫/୦୪,(ସୁଶାନ୍ତ କୁମାର ସାହୁ) :
ରାଜ୍ୟ ସରକାର ପ୍ରତେକ ପଞ୍ଚାୟତ ରେ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସରକାରଙ୍କ ନିରବଛ୍ଛିନ୍‌ ଯୋଜନା ହେଉଛି ଯେପରି କୌଣସି ହକଦାର ମଣିଷ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତହ ହୁଏନାହିଁ ସେଥି ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ । ପ୍ରତ୍ୟେକ ହିତାଧିକାରୀ ସୁବିଧା ପାଇବା ଦରକାର ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡ଼ାଗୁଡା ଠାରେ ଥିବା ଗୋଟିଏ ମାତ୍ର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଦେଖିବାକୁ ମିଳିଛି ସଂପୂଣ୍ଣ ଅଲଗା ଚିତ୍ର l

ଏଠାରେ ବିଦ୍ୟୁତ କଟିଗଲେ ବ୍ୟାଙ୍କ ସେବା ବନ୍ଦ କାରଣ ଇନଭଟର ଆଉ ଠିକସେ କାମ କରୁନି ଯାହାରି ଫଳରେ ବ୍ୟାଙ୍କକୁ ଆସୁଥିବା ଉପଭୋକ୍ତା ମାନେ ବିଦ୍ୟୁତ ଆସିବା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡୁଛି ।ଖାଲି ସେତିକି ନୁହେଁ ବୈଶାଖ ମାସ ଟାଣ ଖରାରେ ଫ୍ୟାନ ବି ବୁଲୁ ନାହଁ ଆଉ ପିଇବା ପାଣି ଦୂରର କଥା ।

ବୁଡ଼ାଗୁଡା ଠାରେ ଥିବାଏହି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଉପରେ ପାଞ୍ଚ ଗୋଟି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବେଳେ ଏଠାକୁ ଆସିଲେ ପିଇବା ପାଇଁ ପାଣି ଟୋପାଏ ମିଳୁନି ଟାଣ ଖରାରେ ଯେମିତି ବ୍ୟାଙ୍କ ର ଗ୍ରାହକ ମାନଙ୍କୁ ଛିଡ଼ାହୋଇ ଅଗ୍ନି ପରୀକ୍ଷା ବେବାକୁ ପଡୁଛି l ଏନେଇ ବ୍ରାଞ୍ଚ ମ୍ୟାନେଜର ଦୀପକ ମହାରଣାଙ୍କୁ ପଚାରିବାରୁ ସେ କହିଥିଲେ ମୁଁ ଏଠାକୁ ଆସିବାର କମ ଦିନ ହୋଇଛି l ଏହି ବିଷୟ ମୁଁ ଉପରୋକ୍ତ ଅଧିକାରୀଙ୍କୁ ଜଣାଇ ତୁରନ୍ତ ସମାଧାନ କରିବି । ତେବେ ଦେଖିବାକୁ ବାକିରହିଲା କେବେ ଉପଯୁକ୍ତ ସେବା ପାଇ ପାରୁଛନ୍ତି ବୁଡ଼ାଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଉପୋଭକ୍ତା ମାନେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।