January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବିଭିନ୍ନ କ୍ରୀଡ଼ା ଅନୁଷ୍ଠିତ

ସୁନ୍ଦରଗଡ଼( ମୋ ଟିଭି ଓଡିଶା )ଦେବେନ୍ଦ୍ର କୁମାର ଭିତ୍ରୀଆ

ସୁନ୍ଦରଗଡ଼, ୨୯/୦୮: ହକି ଲେଜେଣ୍ଡ ମେଜର ଧ୍ୟନଚାନ୍ଦଙ୍କ ଜନ୍ମ ବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଆଜି ସୁନ୍ଦରଗଡ଼ ସଦର ମହକୁମା ଠାରେ ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଯାଇଛି।


ଏହି ପରିପ୍ରେକ୍ଷୀରେ ରେ ଆଜି ସକାଳେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାରାଥନ ଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ରାସ୍ତା ଠାରୁ ବାହାରି ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା।

ଏଥିରେ ୬୦୦ ଜଣ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ କି ଛାତ୍ରଛାତ୍ରୀ, ସାଇ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସ୍ପୋର୍ଟସ ହଷ୍ଟେଲ ର ପ୍ରଶିକ୍ଷାର୍ଥୀ, କ୍ରୀଡ଼ା ପ୍ରେମୀ ପ୍ରମୁଖ ସାମିଲ ହୋଇଥିଲେ । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ବିଶ୍ଵ କେସନ ପାଣ୍ଡେ, ଜିଲ୍ଲା କ୍ରୀଡ଼ା ସଂସଦ ର ସମ୍ପାଦକ ଶ୍ରୀ ପ୍ରଭାତ ଭୋଳ, ହକି ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।


ପରେ ପରେ ଭବାନିପୁର୍ ହକି ଟ୍ରେନିଂ କେନ୍ଦ୍ର ଠାରେ ସାଇ ଏବଂ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସେହିଭଳି ତୀରନ୍ଦାଜ୍ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଇ, ସ୍ପୋର୍ଟସ ହଷ୍ଟେଲ ସହିତ ଅନ୍ୟାନ୍ୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।