ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୮/୧୦/୨୪
ସ୍ଥାନୀୟ ଅମ୍ବିଆନସ୍ ହୋଟେଲରେ MCL,MSME ଓ NSSHO ଦ୍ବାରା ଭେଣ୍ଡର ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଆଜି ଅକ୍ଟୋବର 28 ତାରିଖ ସୋମବାର ପୂର୍ବାହ୍ନ 10ଘଟିକା ସମୟରେ ସ୍ଥାନୀୟ ହୋଟେଲ ଆମ୍ବିଆନ୍ସ ପରିସରରେ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କୁ ସଶକ୍ତ କରିବା ପାଇଁ ଭେଣ୍ଡର ଡେଭଲ ପମେଣ୍ଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲା ମହାନଦୀ କୋଲ ଫିଲଡ଼ସ୍ ( MCL ) ଆୟୋଜନ କରିଥିବାବେଳେ ତାକୁ MSME ଓ NSSHO ମିଳିତ ଭାବେ ସହଯୋଗ କରିଥଲେ। ଏମ ସି ଏଲ ସୁନ୍ଦରଗଡ଼ , ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କ୍ଷୁଦ୍ର ଉଦ୍ୟୋଗୀ, ମହିଳା ଓ SC/ST ମାନଙ୍କୁ MSEs ଜରିଆରେ ମିଳୁଥିବା ସୁବିଧା ଓ ସୁଯୋଗ ନେଇ ସଚେତନ କରିବା ଓ ସେମାନଙ୍କୁ ଆଗକୁ ନେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା କଥା ଏମ୍ ସି ଏଲ ( ବସୁନ୍ଧରା କ୍ଷେତ୍ର)ପ୍ରବନ୍ଧକ ପି.ବି. ରେଡ୍ଡୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
ଅପରପକ୍ଷେ ଏହି କାର୍ଯ୍ୟକ୍ରମ ଫଳ ପ୍ରସୂ ହେବ ବୋଲି ଭୁବନେଶ୍ବରରୁ ଆସିଥିବା ଏଣ୍ଟରପ୍ରିନିଅର ମାନେ କହିଛନ୍ତି । ଆଜି ପ୍ରାୟ 40 ଜଣ ସ୍ୱଳ୍ପ ଉଦ୍ୟୋଗୀ ବା କ୍ଷୁଦ୍ର ଉଦ୍ୟୋଗୀ ତାଲିମ ନେବା ସହ ସରକାର ଦେଉଥିବା ସୁବିଧା ଉପରେ ଅବଗତ ହୋଇଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।