MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟେମରା ଗ୍ରାମ ରେ ନୂଆଁଖାଇ ପରେ ଭେଟଗାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।


କଳାହାଣ୍ଡି:୦୯/୦୯ : ନୂଆଁଖାଇ କେବଳ ଏକ ଭାଇଚାରା ପର୍ଵ ରେ ସୀମିତ ନୁହେଁ, ଏହି ପର୍ଵ ଗାଁ ର ଏତିହ୍ୟ,ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରି ରଖିଛି। ଏହାର ନିଦର୍ଶନ କୋକସରା ବ୍ଲକ ଟେମରା ଗ୍ରାମ ଠାରେ ଦେଖିବାକୁ ମିଳିଛି। ନୂଆଁଖାଇ ର ପର ଦିନ ଗାଁ ର ମହୁଲ ପିଣ୍ଡା ଠାରେ ଟେମରା ଗ୍ରାମ ର ଗୌନ୍ତିଆ ଚୁମନ ପାତ୍ର ଙ୍କ ନେତୃତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥାଏ। ଏହି ବୈଠକରେ ଗ୍ରାମ ର ସମସ୍ୟା, ଭଲମନ୍ଦ ବିଷୟରେ ଆଲୋଚନା ହୋଇଥାଏ। ସୋମବାର ଅନୁଷ୍ଠିତ ଆଲୋଚନା ରେ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ଅଧ୍ୟକ୍ଷତାରେ ଗ୍ରାମ ର ବରିଷ୍ଠ ନାଗରିକ ସୁଧୀର ପାତ୍ର, ଅଶୋକ କୁମାର ଦାସ,ତୋଫାନ ମାଝୀ,ପଦ୍ମ ଲୋଚନ ଦଳପତି,ଚକାଡୋଳା ପାତ୍ର, ହେମନ୍ତ ବାଣୁଆ, ଦୁଷ୍ମନ୍ତ ପାତ୍ର, କମଣ୍ଡଳ ପଟେଲ, ଲୋକନାଥ ପାତ୍ର,ଗୋପୀନାଥ ସୁନାନୀ, ତୁଳସୀ ଦଳପତି ସମେତ ଗ୍ରାମ ର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଗ୍ରାମ ରେ ଚଳିତ ବର୍ଷ ପାଳନ ହେବାକୁ ଥିବା ଦଶ ଅବତାର ଦୁର୍ଗା ପୂଜା,ଗ୍ରାମ ରେ ଶାନ୍ତି ଶୃଙ୍ଖଳା ଓ ଚାଷବାସ ଉପରେ ଆଲୋଚନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।