ଦାରିଙ୍ଗବାଡି:୧୭/୦୪(ସୁଶାନ୍ତ କୁମାର ସାହୁ) :
ବନ ବିଭାଗର ନିଦ ହଜିଯାଏ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ କର୍ମଚାରୀ ଦିନ ରାତି ଏକ କରି ଜଙ୍ଗଲ ମଧ୍ୟରେ ୨୪ ଘଣ୍ଡିଆ ପହନ୍ତରା ମାରିଥାନ୍ତି । ଜଙ୍ଗଲରେ ନିଆଁ ଲାଗିଗଲେ ଦିନ ହେଉ ଅବା ରାତି ନିଆଁ ଲିଭାଇବା ପାଇଁ ପଛ ଘୁଞ୍ଚା ଦିଅନ୍ତି କର୍ମଚାରୀ । ଏଭଳି କିଛି ଦେଖୁବାକୁ ମିଳିଛି ହଠାତ ବନାଞ୍ଚଳ ଓ ଦାରିଙ୍ଗବାଡି ବନାଞ୍ଜଳ ଅଞ୍ଚଳ ମଧ୍ଯରେ ।
ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୀନରେ ୮ଟି ପଞ୍ଚାୟତ ରହିଛି ଯୁଆଡ଼େ ଦେଖିବ ପାହାଡ଼ ପର୍ବତ ଘେରା ଅଞ୍ଚଳ । ଗ୍ରୀଷ୍ମ ରତୁ ଆସିଗଲେ ଜଙ୍ଗଲରେ ନିଆଁ ଲାଗିବା ଭୟ ରହିଥାଏ । ଏହା ପୂର୍ବରୁ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୂକାରୀ ହରିହର ବେହେରାଙ୍କ ତତ୍ତାବଧାନ କ୍ରମେ ବିଭିନୁ ଗାଁରେ ଜଙ୍ଗଲ ପୋଡି ରୋକିବା ପାଇଁ ପଥପ୍ରାନ୍ତ ନାଟକ, ସଚେତନତା କାର୍ଯ୍ୟକ୍ରମ ଭ୍ରାମ୍ୟମାଣ ସଚେତନ ରଥ ପରିକ୍ରମା ସହ ବନ ସୁରକ୍ଷା ସମିତି କମିଟିର ସଦସ୍ଯଙ୍କୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଏଥୁ ସହି ନିଆଁକୁ ଆୟତ୍ତ କରିବା ପାଇଁ ୨୫ଜଣିଆ ଫାୟାର ସ୍ପ ଓ ୮ ଜଣ ବନ ବିଭାଗ କର୍ମଚାରୀମାନେ ପ୍ରସ୍ତୁତ ହୋଇରହିଥାନ୍ତି ଯେତେବେଳେ ବି ଜଙ୍ଗଲରେ ନିଆଁ ଲାଗିବା ନେଇ ସୂଚନା ଆସେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରନ୍ତିଟିମ୍ ।
ସେହିପରି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧୀନରେ ୧୭ଟି ପଞ୍ଚାୟତ ରହିଥୁବାବେଳେ ଏଠି ବି ସବୁ ଆଡ଼େ ପାହାଡ଼ ପର୍ବତ ଘେରା ଅଞ୍ଚଳ ରହିଛି । ନିଆଁକୁ ଆୟତ୍ତ କରିବା ପାଇଁ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧୂକାରୀ ତଥା ଏସିଏଫ ସତିଶ୍ କୁମାର ଧାରୁଆଙ୍କ ନିର୍ଦେଶ କ୍ରମେ ଜଙ୍ଗଲରେ ନିଆଁ ନଲଗାଇବା ଓ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଗାଁ ଗାଁରେ ସଚେତନତା ସଭା କରାଯାଉଛି । ଏଥୁସହିତ ନିଆଁ ଲିଭାଇବା ପାଇଁ ୩୦ଜଣିଆ ଫାୟାର ସ୍ତ୍ଵାର୍ଡ ଓ ୯ ଜଣ ବନ ବିଭାଗ କର୍ମଚାରୀ ସଜାଗ ହୋଇ ରହିଛନ୍ତି । ନିଆଁ ଲାଗିଥୁବା ଅଞ୍ଚଳରେ ପହଞ୍ଚି ନିଆଁକୁ ଆୟତ କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରୁଛନ୍ତି । ସଚେତନତା ଫଳରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ହାସ ପାଇଥୁବା ବାହ୍ନିଣୀଗାଁ ଓ ଦାରିଙ୍ଗବାଡି ବନାଞ୍ଚକ ଅଧୂକାରୀ ମତପ୍ରକାଶ କରିଛନ୍ତି ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ