ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଏକ ନମ୍ବର ୱ।ର୍ଡ଼ ସିମେଲକିଆ ଗ୍ରାମରେ ରହିଛି ଟେଟେପଦର ଏବଂ ମାସନପାଙ୍ଗା ଗ୍ରାମ ହେଲେ ଏହି ଗ୍ରାମରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ନା ପହଞ୍ଚି ପାରିଛି ବିଶୁଦ୍ଧ ପାଣି ନା ବିଦ୍ୟୁତ ସେବା ସେତିକି ନୁହେଁ ଗ୍ରାମ ବାସୀ ପଞ୍ଚାୟୟ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମରେ ନଳକୂପ ଗୋଟେ ହୋଇପାରିଲାନି ।
ଗ୍ରାମ ପାଖରେ ଥିବା ଚୁଆ ପାଣିହି ସାହା ଭରସା ଏନେଇ ଗ୍ରାମବାସୀ କହିଛନ୍ତି । ଭୋଟ ସମୟ ଆସିଲେ ସମସ୍ତେ ଗ୍ରାମକୁ ଆସନ୍ତି ବଡ଼ ବଡ଼ କଥା କୁହନ୍ତି । ଗ୍ରାମରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଆମେ ନିରୀହ ଲୋକ ଗୋଟେ ଜାଗାରେ ମିଟିଙ୍ଗି କରି ଜଣକୁ ଭୋଟ ଦେଇ ଜିତାଇଥାଉ ହେଲେ ଭୋଟପାଇଁ ଜିତିଲା ପରେ ଚେଆର ଉପରେ ବସିଲା ପରେ ସେଆମକୁ ଆଉ ଚିନ୍ନୀ ପାରନ୍ତି ନାହିଁ ।
ଯେମିତି ଆମ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ । ଆମେ ଗ୍ରମାବାସୀ ସମସ୍ତେ ଏକତ୍ରିତ ହୋଇ ଭୋଟ ଦେଇଥିଲୁ ଏବଂ ଜିତାଇଥିଲୁ ଦରକାର ପଡିଥିଲା ବୋଲି ସେ ଆମଗ୍ରାମକୁ ଆସୁଥିଲେ । ଏବେ ଆମେ ପଞ୍ଚାୟତ ଆସି ଗୁହାରି କଲେ ହଁ ଦେଖିବା ,ବ୍ଲକ କୁ ଜଣାଇବି କହି କହି ତିନି ବର୍ଷ ବିତି ଗଲାଣି କିନ୍ତି ଆମ ଗ୍ରାମରେ ଆଜି ପର୍ଯ୍ୟନ୍ତ ନଳକୂପ ଗୋଟେ ଖୋଳା ହୋଇପାରିଲା ନାହିଁ ଏନେଇ କହିଛନ୍ତି ଗ୍ରାମର ରାମକୃଷ୍ଣ ପ୍ରଧାନୀ, ସୁରେଶ ପ୍ରଧାନ, ବିଜୟ ପ୍ରଧାନ, କଳାକାଁହୁ ଦଳପତି, ତୁମ୍ବେଶ୍ୱର ପ୍ରଧାନ, ସଦାନନ୍ଦ ପ୍ରଧାନ, ପ୍ରମୋଦ ପ୍ରଧାନ, ଅନକା ପ୍ରଧାନ, ସୁମନ୍ତନ ପ୍ରଧାନୀ, ଶତ୍ରୁଘନ ଦଳପତି, ରଞ୍ଜିତ ପ୍ରଧାନ, ସୁକାନ୍ତ ବେହେରା, ପ୍ରମୁଖ କହିଥିବା ବେଳ ଗ୍ରାମରେ ଏବେବି ଡିବିରି ଆଲୁଅ ସାହା ଭରସା ବୋଲି କହିଛନ୍ତି ଅଞ୍ଚଳ ବାସୀ l
ବିଦ୍ୟୁତ ପାଇଁ ବାଲିଗୁଡା ସବ ଡିଭିଜନ ଫୁଲୁବାଣୀ ଡିଭିଜନ ପହଞ୍ଚି ଲିଖିତ ଅଭିଯୋଗ ପରେବି ଗ୍ରାମରେ ଆଜିପଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । ତେବେ ଗ୍ରମାବାସୀ ସରକାରଙ୍କୁ ନିବେଦନ କରିଛନ୍ତି ଟେଟେପଦର ଗ୍ରାମକୁ ତୁରନ୍ତ ବିଦ୍ୟୁତ ଏବଂ ବିଶୁଦ୍ଧ ପାନୀୟ ଜଳ ସୁବିଧା ଯୋଗାଇ ଦେବା ପାଇଁ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।