MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନୋ ବୁଥ ନୋ ଭୋଟରେ ଅଟଳ ସିର୍ଲିଗୁଡା ଗ୍ରାମବାସୀ।

ମୋଟିଭି ଓଡିଶା : କଳାହାଣ୍ଡି:୦୪/୦୫ : ନିର୍ବାଚନ ବିଗୁଲ ବାଜି ସାରିଛି। ଆଉ ମାତ୍ର ହାତ ଗଣତି ଦିନ ପରେ ଗଣତନ୍ତ୍ର ର ମହାପର୍ବ ମତଦାନ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ନୋ ବୁଥ ନୋ ଭୋଟ ଜିଦ ରେ ଅଟଳ ରହିଛନ୍ତି ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ଭୋଟ ବର୍ଜ୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି। ସୂଚନା ମତେ ସିର୍ଲିଗୁଡା ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ବିଗତ କିଛିବର୍ଷ ରୁ ସିର୍ଲିଗୁଡାଗ୍ରାମବାସୀ ନିଜ ଗ୍ରାମରେ ମତଦାନ କେନ୍ଦ୍ର ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ପୂର୍ବରୁ ଗ୍ରାମ ଠାରୁ ୮ କିମି ଦୁରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବୁଥ କେନ୍ଦ୍ରକୁ ମତଦାନ ପାଇଁ ସିର୍ଲିଗୁଡା ଭୋଟର ଯାଉଥିଲେ। ସିର୍ଲିଗୁଡା ରାଜସ୍ୱ ଗ୍ରାମର ସିର୍ଲିଗୁଡା ଓ ହେମଲେଟ ଗାଁ ଅଁଳାଗୁଡା ରେ ମୋଟ ୭୮୪ ଭୋଟର ରହିଛନ୍ତି। ତେବେ ସିର୍ଲିଗୁଡା ମତଦାତାଙ୍କ ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟସ୍ଥ ଅଁଳାଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆସନ୍ତା ନିର୍ବାଚନରେ ମତଦାନ କେନ୍ଦ୍ର କରାଯାଇଛି।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଓ ସେମାନେ ଗତ ମାସରେ ଏକ ବୈଠକ କରି ଗାଁ ର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀ ଓ ଶିବ ମନ୍ଦିର ରେ ଶପଥ କରି ଯେଉଁ ଦିନ ପର୍ଯ୍ୟନ୍ତ ଗାଁ ରେ ମତଦାନ କେନ୍ଦ୍ର ହେବନାହିଁ କେହିଁ ମଧ୍ୟ ମତଦାନ କରିବାକୁ ଅନ୍ୟତ୍ର କେନ୍ଦ୍ରକୁ ଯିବେନାହିଁ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି। ଭୋଟ ବର୍ଜ୍ଜନ କରିବା ଖବର ଗଣମାଧ୍ୟମରେ ପ୍ରକାଶିତ ପରେ କିଛିଦିନ ତଳେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମାଙ୍କ ନେତୃତ୍ୱରେ ବିଡ଼ିଓ, ତହସିଲଦାର, ପୋଲିସ ଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିଲା, ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଗ୍ରାମବାସୀ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।