ସୁନ୍ଦରଗଡ: ୧୫/୦୯(ଆନିସ / ଦେବେନ୍ଦ୍ର କୁମାର ଭିତ୍ରିଆ ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାରେ ଗୋରୁ ବୋଝେଇ ପିକଅପ ଗାଡ଼ି ଅଟକ ରଖିଛନ୍ତି ଲେଫ୍ରିପଡ଼ା ଗ୍ରାମବାସୀ । ପ୍ରାପ୍ତ ସୂଚନାରୁ ଲେଫ୍ରିପଡ଼ା ପଞ୍ଚାୟତ ପାଖରେ ଥିବା ବ୍ଲକ ପଡ଼ିଆରେ ୨୦ ରୁ ୨୫ ଗାଈଗୋରୁଙ୍କୁ ଗାଁର ଏକ ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟର ୪ ଜଣ ବ୍ୟକ୍ତି ଦଲାଲ ସାହାଯ୍ୟରେ ଗୋ ଚାଲାଣ କରୁଥିବା ସମୟରେ କୌଣସି ସୂତ୍ରରୁ ଗାଁର ଯୁବକମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ଯୁବକ ଓ ଗ୍ରାମବାସୀ ପହଞ୍ଚିଲା ବେଳକୁ ତାଙ୍କୁ ଦେଖି ଦୁଇଟି ଗାଡ଼ି ଫେରାର ହୋଇ ଯାଇଥିଲେ ଓ ଯେଉଁ ଗୋଟିଏ ଗାଡ଼ିରେ ଗୋରୁ ବୋଝେଇ ହୋଇଥିଲେ ସେ ଗାଡ଼ିକୁ ଗ୍ରାମବାସୀ ଅଟକ ରଖି ଲେଫ୍ରିପଡା ଥାନାକୁ ଖବର ଦେଇଥିଲେ । ଅନ୍ୟପଟେ ଯେଉଁ ଗାଡ଼ିରେ ଗୋରୁ ବୋଝେଇ ହୋଇଥିଲା ସେଥିରେ ଦୁଇଟି ଗୋରୁ ଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଗୋଟିଏ ପଟେ ଗୋ ବଂଶର ରକ୍ଷା କରିବା ପାଇଁ ବିଭିନ୍ନ ସଂଗଠନ କାର୍ଯ୍ୟ କରୁଥିବା ବେଳେ ଅନ୍ୟପଟେ ଦଲାଲ ଓ ମାଫିଆମାନେ ସକ୍ରିୟ ହୋଇ ଖୁଲମଖୁଲା ବେପାର ଚଳାଇଛନ୍ତି । ଗ୍ରାମବାସୀ ଗୋରୁ ବୋଝେଇ ଗାଡ଼ି ସହ ଦୁଇଟି ବାଇକ୍ କୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।