MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳନ ।


ଦାରିଙ୍ଗବାଡି,ମୋଟିଭି ଓଡ଼ିଶା:(ସୁଶାନ୍ତ ସାହୁ)
ଦାରିଙ୍ଗବାଡି ବ୍ଲକ ରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଖୁବ ଯାକଜକମରେ ବିଶ୍ଵକର୍ମା ପୂଜା ପାଳନ କରାଯାଇଛି,ପୂଜା ଆରମ୍ଭରୁ ସେସପର୍ଯ୍ୟନ୍ତ ପ୍ରତେକ ସମୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା । ଏଥିରେ ବିଭିନ୍ନ ଶିଳ୍ପ ସଂସ୍ଥା ଆଦି ଯାନ୍ତ୍ରିକ ଅନୁଷ୍ଠାନ ସହିତ ରାଜମିସ୍ତ୍ରୀ ,ବଢେଇ ,ବିଦ୍ୟୁତ କର୍ମଚାରୀ ବହୁ ବ୍ୟବସାୟୀ ସଂଘ ନିଜନିଜ ଅଞ୍ଚଳରେ ପୂଜା ପାଳନ କରିଥିଲେ । ଗଦାପୁର,ବ୍ରାମ୍ମୁଣୀଗାଁ, କିରୀକୁଟି, ପର୍ତମାହା, ସିମନବାଡ଼ି, ଦଣ୍ଡିମାହା ଠାରେ ଥିବା ଆର,କେ,ଡ଼ି ର କ୍ରସର ଖାଦାନ ସମେତ ବହୁ ଜାଗାରେ ଶାନ୍ତି ଶୃଙ୍ଖଳା ସହିତ ବିଶ୍ଵକର୍ମା ପୂଜା କାମ ସମାପ୍ତ ହୋଇଛି ।

ଦାରିଙ୍ଗବାଡି ବିଦ୍ୟୁତ କାଯ୍ୟାଳୟରେ ବୁଲୁ ତ୍ରିପାଠୀଙ୍କ ପୌରୋହିତ୍ୟରେ ରୀତି ନୀତି ଅନୁଯାୟୀ ପୂଜାପାଠ କରାଯାଇଛି । ଏଥି ସହ ବିଦ୍ୟୁତ କାଯ୍ୟାଳୟରେ ଥିବା ସମସ୍ତ ଟ୍ରାନ୍ସଫର୍ମର,ଯନ୍ତ୍ରପାତି ପୂଜାର୍ଚ୍ଚନା କରାଯାଇଥିଲା ।ମୁଖ୍ୟ କର୍ତ୍ତାଭାବେ ବିଦ୍ୟୁତ ବିଭାଗର କନିଷ୍ଠ ପ୍ରବନ୍ଧକ ଶ୍ରୀ ଶିବପ୍ରସାଦ ନାୟକ, ଏବଂ ପତ୍ନୀ ପ୍ରଣତି ନାୟକ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଦ୍ୟୁତ କର୍ମଚାରୀ ଜଗଜୀବନ ଜେନା ,ସନ୍ତୋଷ କୁମାର ଦୋରା, ନିରଞ୍ଜନ ମହାରଣା, ଗଣପତି ଗୌଡ଼, ରମେଶ ଚନ୍ଦ୍ର ରାଉତ, ସୁପରଭାଇଜର ସୁଧାକର ମିଶ୍ର, ସୂର୍ଯ୍ୟକାନ୍ତ ପଣ୍ଡା, ମଳୟ ମିଶ୍ର, ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ମୋହନ ପାତ୍ର, ଜଗଦୀଶ ବଡନାୟକ, ରାକେଶ କୁମାର ପରିଡ଼ା, ସତ୍ୟଶିବ ଚୌଧୁରୀ, ଅଜିତ ସାହୁ, ଭକ୍ତବିଦୁର ପ୍ରଧାନ, କମଳକାନ୍ତ ପ୍ରଧାନ, ବାରୁଣ ପାତ୍ର, ଧବଳେଶ୍ବର ବେହରଦଳାଇ, ଅନସ ପ୍ରଧାନ, ସୁବ୍ରତ ପ୍ରଧାନ, ମୁରଲୀମୋହନ ବେହେରା, ଅମେଶ ପ୍ରଧାନ, ଜିତେନ୍ଦ୍ର ସିଂ, ଜିତୁନା ସାହୁ, ପ୍ରମୁଖ ଯୋଗ ଦେଇଥିଲେ, ପୂଜା ମଣ୍ଡପ ରେ ବିଶ୍ଵକର୍ମା ପୂଜା ପାଉଥିବା ବେଳେ ସନ୍ଧ୍ୟା ରେ ସୁସଜ୍ଜିତ ତୋରଣର ଆଲୋକ ଓ ପୂଜା ମଣ୍ଡପ ର ସାଜ୍ଜସଜ୍ଜା କୁ ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ। ପୂଜା ଶେଷ ପରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ। ଏହି ପୂଜା ମୂର୍ତି ବୁଧବାର ଦିନ ବିସର୍ଜନ କରାଯିବ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।