ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ) : ୧୩/୧୧:
ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗତକାଲି ସୁନ୍ଦରଗଡ଼ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।
ଏହି କ୍ରମରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀ ମାନେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରେଇଥିଲେ । ପରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିଦର୍ଶନ କରିବା ସମୟରେ ସ୍ଥାନୀୟ କଳାକାର ମାନେ ଗୀତ ବାଦ୍ୟ ନୃତ୍ୟ ମାଧ୍ୟମରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟାଳୟରେ କେତେ କର୍ମଚାରୀ ଅଛନ୍ତି ଆଉ କେତେ କର୍ମଚାରୀ ଅବସ୍ଥାପିତ ହୋଇନାହାନ୍ତି , ତା ସହିତ କାର୍ଯ୍ୟାଳୟର ଅନ୍ୟାନ୍ୟ ସମସ୍ୟା ଆଦି ପଚାରି ବୁଝିଥିଲେ ଏବଂ ସେହିପରି ଜିଲ୍ଲା ପାଠାଗାର ମଧ୍ୟ ଯାଇଥିଲେ ଏବଂ ସେଠାକାର ପୁସ୍ତକ ଆଦି ଦେଖିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ସହିତ ପାଠାଗାର ସମ୍ପର୍କରେ ଆଲୋଚନା କରିଥିଲେ।
ପରେ ପରେ ମାନ୍ୟବର ମନ୍ତ୍ରୀ ସ୍ପୋର୍ଟସ କମ୍ପ୍ଲେକ୍ସ ,ଭବାନୀପୁର ଏବଂ ଭବାନୀ ଭବନ ଷ୍ଟାଡିୟମ୍ ଗସ୍ତ କରିଥିଲେ । ଏହି ସମୟରେ ସେ ହକି, ଫୁଟବଲ, ତୀରନ୍ଦାଜ, ଭଲିବଲ୍, ବକ୍ସିଂ, ସିପକଟାକ୍ରୋ ଆଦି ର ପ୍ରଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ l ନିଜ ନିଜ କ୍ଷେତ୍ରରେ ଥିବା ଅସୁବିଧା ଆଦି ସମ୍ପର୍କରେ ପଚାରି ବୁଝିଥିଲେ।
More Stories
କୋକସରା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ।
ସନୋଜ ନାଏକ ମେମୋରିଆଲ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।
ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :