ସୁନ୍ଦରଗଡ଼( ଦେବେନ୍ଦ୍ର କୁମାର ଭିତ୍ରିଆ ) ୧୨/୧୧/୨୪:
ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ର ଉପ ନିର୍ଦ୍ଦେଶିକା (ସମ୍ବଲପୁର ) ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ। ଏହି ଗସ୍ତ ସମୟରେ ଗତକାଲି ସେ ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ ଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ନନ୍ଦିନୀ ମୁଣ୍ଡାରୀ ତଥା ସମସ୍ତ କର୍ମଚାରୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ କାର୍ଯ୍ୟାଳୟ ର ବିଭିନ୍ନ ନଥିପତ୍ର, ରେଜିଷ୍ଟର ଆଦି ତନଖି କରିବା ସହିତ ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକୁ ସମୟ ସୀମା ମଧ୍ୟରେ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କାର୍ଯ୍ୟାଳୟ ରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେସବୁ ର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ପରେ ପରେ ସେ ସୁନ୍ଦରଗଡ଼ ସୂଚନା କେନ୍ଦ୍ର ତଥା ପାଠାଗାର ଗସ୍ତ କରିଥିଲେ ଏବଂ ସେଠାକାର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତାହାର ସମାଧାନ ଦିଗରେ ଆଲୋଚନା କରିଥିଲେ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।