MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦିଲ୍ଲୀରୁ ଫେରିଲେ ଭି.କେ ପାଣ୍ଡିଆନ

ମୋଟିଭି ଓଡିଶା ବ୍ୟୁରୋ :

ଦିଲ୍ଲୀରୁ ଫେରିଲେ ଭିକେ ପାଣ୍ଡିଆନ । ଏବେ ନବୀନ ନିବାସରେ ଅଛନ୍ତି ପାଣ୍ଡିଆନ । ବୁଧବାର ରାତିରେ ଦିଲ୍ଲୀ ଯାଇଥିଲେ ଭି.କେ ପାଣ୍ଡିଆନ । ବିଜେଡିର ବିପର୍ଯ୍ୟୟ ପରେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ସେ ବୁଧବାର ରାତିରେ ଦିଲ୍ଲୀ ଯିବା ପରେ ଅନେକ କଳ୍ପନା ଜଳ୍ପନା ହେଉଥିଲା । ବିଜେଡିର ଏହି ପରାଜୟ ପରେ କାହିଁକି ପାଣ୍ଡିଆନ ଦିଲ୍ଲୀ ଗଲେ । ପାଣ୍ଡିଆନଙ୍କର ରାଜନୈତିକ ଭବିଷ୍ୟତ କ’ଣ ହେବ । ଏମିତି ଅନେକ ଚର୍ଚ୍ଚା ଲାଗିରହିଥିଲା ।

ତେବେ ପାଣ୍ଡିଆନଙ୍କର ଦିଲ୍ଲୀ ବିମାନ ବନ୍ଦରରେ ଭିଡିଓ ସାମନାକୁ ଆସିବା ପରେ ବିଜେଡି ସ୍ପଷ୍ଟୀକରଣ ରଖିଥିଲା ଯେ, ନବୀନ ପାଣ୍ଡିଆନଙ୍କୁ ଦିଲ୍ଲୀ ପଠାଇଛନ୍ତି । ତେବେ ଦିଲ୍ଲୀରୁ ଫେରି ପାଣ୍ଡିଆନ ନବୀନ ନିବାସକୁ ଫେରିଥିବା ସୂଚନା ରହିଛି । ପାଞ୍ଚ ପାଞ୍ଚ ପାଳିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ଓ ପ୍ରତିଷ୍ଠାରେ ଗ୍ରହଣ ଲାଗିବାରୁ ତାଙ୍କ ବିରୋଧରେ ଖଡ଼ଗହସ୍ତ ବିଜେଡି ନେତା। କେତେକ ତ ସାମ୍ନାକୁ ଆସି ଖୁଲମଖୁଲ୍ଲା ପାଣ୍ଡିଆନଙ୍କୁ ଗାଳି ଦେଉଛନ୍ତି। ବିଜେଡିରୁ ତଡ଼ିବାକୁ ନିଜ ଦଳର ନେତାଙ୍କୁ ଦେଉଛନ୍ତି ଆହ୍ବାନ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।