February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶନିବାର ଧର୍ମଗଡ଼ ନିର୍ବାଚନ ପ୍ରଚାର ମୈଦାନରେ ଓଲ୍ହାଇବେ ଭି.କେ ପାଣ୍ଡିୟାନ।

କଳାହାଣ୍ଡି : ନିର୍ବାଚନ ବିଗୁଲ ବାଜି ସାରିଛି ଓ ଏହାରି ମଧ୍ୟରେ ଗୁରୁବାର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ନିର୍ବାଚନ ରଣନୀତି ସହ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର ପ୍ରସାର।ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ନେତା ଏବେ ନିର୍ବାଚନ ରଣ ମୈଦାନରେ ଓଲ୍ହାଇବେ। ଏହି କ୍ରମ ରେ ଶନିବାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳ ର ଗୋତମୁଣ୍ଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଥିବା ଆରଏମସି ପଡ଼ିଆକୁ ବିଜେଡି ର ହେଭିୱେଟ ନେତା ଭି.କେ ପାଣ୍ଡିୟାନ ନିର୍ବାଚନ ପ୍ରଚାରରେ ଆସି ପହଞ୍ଚିବେ। ପାଣ୍ଡିୟାନଙ୍କ ଗସ୍ତକୁ ନେଇ ବିଜେଡି ଶିବିର ଚଳ ଚଞ୍ଚଳ ହୋଇ ପଡିଛି। ସ୍ଥାନୀୟ ଛାମୁଆ ନେତାମାନେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଶନିବାର ସକାଳ ୧୦ ଘଣ୍ଟା ରେ ହେଲିକେପ୍ଟର ଯୋଗେ ଭି.କେ ପାଣ୍ଡିୟାନ ଗୋତମୁଣ୍ଡା ଠାରେ ପହଞ୍ଚି ନିର୍ବାଚନ ସଭା ରେ ବିଜେଡି ପ୍ରାର୍ଥୀ ଙ୍କୁ ଜିଟାଇବା ପାଇଁ ଜନତାଙ୍କୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଥିବା ନେଇ କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।