ସୁନ୍ଦରଗଡ଼, ୨୨/୦୪: ସୁନ୍ଦରଗଡ଼ ର ବିଭିନ୍ନ ଅଞ୍ଚଳ ରେ ଆଜି ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଯୁବ ଭୋଟର ମାନଙ୍କ ମଧ୍ୟରେ ମତଦାନ ନିମନ୍ତେ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦୁଃଖବନ୍ଧୁ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର ପଟେଲ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଭୋଟଦାନ ପ୍ରକ୍ରିୟା, ଇ. ଭି. ଏମ୍ . ମେସିନ ରେ କିଭଳି ମତଦାନ କରିବେ ଆଦି ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ପରେ ଛାତ୍ର ଛାତ୍ରୀ ମତଦାନ କରିବା ନେଇ ଶପଥ ପାଠ କରିଥିଲେ।

ସେହିପରି ସଦର ବ୍ଲକ ଅନ୍ତର୍ଗତ ବିରବିରା ମହାବିଦ୍ୟାଳୟ ଠାରେ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋଟିଲାଲ ସୁଲିଆ , ଜି.ପି.ଓ. , ପି. ଇ.ଓ, ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ କୁଇଜ୍ ମାନ ମାଧ୍ୟମରେ ମତଦାନ ନିମନ୍ତେ ଜନସଚେତନତା ସୃଷ୍ଟି କରିଥିଲେ ଏବଂ ଭୋଟ ଦାନ ପାଇଁ ଶପଥ ପାଠ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭୋଟ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ