ଖୋର୍ଦ୍ଧା : ୧୦/୧୧/୨୪
ଓଡିଶା ରାଜ୍ୟ ୱାର୍ଡ ମେମ୍ବର ମହାସଙ୍ଘ ନିର୍ଦ୍ଦେଶ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲା ୱାର୍ଡ ମେମ୍ବର ସଙ୍ଘ ପକ୍ଷରୁ ଖୋର୍ଦ୍ଧା ବାଟ ମଙ୍ଗଳା ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଵିଶେଷ କରି ପଞ୍ଚାୟତରାଜ ବ୍ୟବସ୍ଥା ଭିତରେ ପଞ୍ଚାୟତ ର ସର୍ବନିମ୍ନ ସ୍ତରରେ ଲୋକ ପ୍ରତିନିଧି ଭାବେ ସିଧାସଳଖ ଜଣେ ୱାର୍ଡ ମେମ୍ବର ନିର୍ବାଚିତ ପରେ ୱାର୍ଡ ର ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏବେ ୱାର୍ଡ ମେମ୍ବର ଙ୍କୁ ଅଣଦେଖା କରିଛନ୍ତି। ପଞ୍ଚାୟତର ପ୍ରତି ଉନ୍ନୟନ ମୂଳକ କାର୍ଯ୍ୟ ଯେତେବେଳେ ୱାର୍ଡ ସ୍ତର ରୁ ଆସେ ସେତେବେଳେ ୱାର୍ଡ ମେମ୍ବର ଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଗ୍ରାମସଭା ,ପଲ୍ଲିସଭା ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଅଙ୍ଗନବାଡି, ଜଳ ଯୋଗାଣ, ତତ ସହିତ ଭତ୍ତା, ରାସନ ଚାଉଳ ବଣ୍ଟନ, ପ୍ରତ୍ୟକ ୱାର୍ଡ ସ୍ତର ର ବୈଠକ ରେ ୱାର୍ଡ ମେମ୍ବର ଙ୍କ ଗୁରୁ ଦାୟିତ୍ୱ ଥିବାବେଳେ ସରକାର ବିଗତ ଦିନ ରେ ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ ଙ୍କ ପୋତ୍ସାହନ ରାଶି ବୃଦ୍ଧି କଲେ ହେଲେ ସବୁଠାରୁ ନିମ୍ନ ସ୍ତରରେ ପ୍ରକୃତ ଲୋକଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ୱାର୍ଡ ମେମ୍ବରଙ୍କୁ ଭୁଲି ଗଲେ ଯାହାକୁ ନେଇ ଆଜି ୱାର୍ଡ ମେମ୍ବର ସଙ୍ଘ ପକ୍ଷରୁ କ୍ଷୋବ ପ୍ରକାଶ କରାଯିବା ସହିତ ନୂତନ ଭାବେ ଦାୟିତ୍ୱ ନେଇଥିବା ଲୋକଙ୍କ ସରକାରଙ୍କ ପାଖରେ ୫ ଦଫା ଦାବି ପୁରଣ ପାଇଁ ଅନୁରୋଧ କରିଛନ୍ତି।
୫ ଦଫା ମଧ୍ୟରେ ନିର୍ବାଚିତ ପ୍ରତି ୱାର୍ଡ ମେମ୍ବର ଙ୍କୁ ମାସିକ ପୋତ୍ସାହନ ରାଶି ୬ ହଜାର ଟଙ୍କା ବୃଦ୍ଧି, ୱାର୍ଡ ମେମ୍ବର କାର୍ଯ୍ୟକାଳ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁକାଳୀନ ସହାୟତା ରାଶି ୧୦ ଲକ୍ଷ, ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତା ୫ ଲକ୍ଷ, ସମସ୍ତଙ୍କୁ ବିମରାଶି ପ୍ରଦାନ ଏବଂ ୱାର୍ଡ ସ୍ତର ର ସମସ୍ତ ଉନ୍ନୟନ କାର୍ଯ୍ୟରେ ୱାର୍ଡ ମେମ୍ବରଙ୍କ କାଉଣ୍ଟର ଦସ୍ତଖତ ସହିତ ୱାର୍ଡ ମେମ୍ବରଙ୍କୁ ପ୍ରକୃତ ସଂମ୍ମାନ ମିଳିବା ପାଇଁ ଦାବି କରିଛନ୍ତି। ଏ ନେଇ ଆଜି ଜିଲ୍ଲାର ସମସ୍ତ ୱାର୍ଡ ମେମ୍ବର ମାନେ ଏକତ୍ର ହେବା ସହିତ ଆସନ୍ତା ଶୀତ କାଳୀନ ବିଧାନସଭା ଅଧିବେଶନରେ ଲୋୟର ପିଏମଜି ରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ବୈଠକ ଜିଲ୍ଲା ସଭାପତି ମୃତ୍ୟଞ୍ଜୟ ରଥଙ୍କ ଆବାହକତ୍ଵରେ ଉପସଭାପତି ଅଞ୍ଜଳି ସ୍ୱାଇଁ, ସଂଯୁକ୍ତା ମିଶ୍ର, କୋଷାଧ୍ୟକ୍ଷ ସୁଦିପ୍ତା ରାଉତରାୟ, ସୁନୀଲ ବଳିଆରସିଂହ, ବ୍ରହ୍ମା ବାବୁ, ବଦଶା ବାବୁ, କୃଷ୍ଣଚନ୍ଦ୍ର ବ୍ରହ୍ମା, ବିଷ୍ଣୁପ୍ରିୟା ସାହୁ, ସନ୍ଧ୍ୟାରାଣୀ ସେନାପତି, ଗୋଲାପ ପରିଡା, ସୂର୍ଯ୍ୟକାନ୍ତ ନାୟକ, ସତ୍ୟପ୍ରିୟ ଜେନା, ବସନ୍ତ କୁମାର ସେଠୀ, ଲଷ୍ମୀଧର ମାଝୀ, ସତ୍ୟଜିତ ସାହୁ, ଲଷ୍ମୀଧର ସାହୁ, ତ୍ରିଲୋଚନ ଶ୍ରୀଚନ୍ଦନ, ଶ୍ରୀନିବାସ ବେହେରା, ବିଶ୍ୱଭୂଷଣ ଶ୍ରୀଚନ୍ଦନ, ଲଷ୍ମୀଧର ପାତ୍ର, ତୁଷାରକାନ୍ତ ସୁନ୍ଦରାୟ ପ୍ରମୁଖ ଙ୍କ ସହିତ ଶତାଧିକ ୱାର୍ଡ ମେମ୍ବର ଯୋଗଦେଇଥିଲେ।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।