ଭୁବନେଶ୍ବର( ମୋ ଟିଭି ଓଡିଶା ) :
ଓଡ଼ିଶାରେ ଅକ୍ଟୋବରରେ ବାତ୍ୟା ଡର। ୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ‘ତିତିଲି’ । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବର ମାସରେ ପୁଣି ଘାରିଛି ଓଡ଼ିଶାକୁ ବାତ୍ୟା ଭୟ। ବିଦେଶୀ ମଡେଲ ଆକଳନ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାିଛି । ଅକ୍ଟୋବର ମାସରେ ଓଡ଼ିଶା ମୁହାଁ ହେବକି ବାତ୍ୟା? ଆଉ ସେପରି ହେଲେ ପ୍ରଭାବ କିପରି ରହିବ, କେଉଁ ଅଞ୍ଚଳରେ ହେବ ବର୍ଷା ସେନେଇ ଆଶଙ୍କା ଦେଖାଦେଇଛି ।

“ରାଜ୍ୟ ଉପରେ ଆଉ ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଯାହା ଅଧିକ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପର ରୂପ ନେବ। ଲଘୁଚାପର ରୂପ ନେବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁତି ଘନୀଭୂତ ହେବ । ଯାହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା। କିନ୍ତୁ ଲଘୁଚାପର ସମ୍ଭାବନାରେ କୌଣସି ସତର୍କ ସୂଚନା ଏବେ ସୁଦ୍ଧା ଦିଆଯାଇନଥିବାବେଳେ ପାଣିପାଗ ବିଭାଗ ଏହାର ପ୍ରକ୍ରିୟା ଉପରେ ନଜର ରଖିଛି । ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ” ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷର ସମ୍ଭାବନା ଦେଇଛି ବିଭାଗ। ଆସନ୍ତାକାଲି ବିଜୁଳି ଘଡଘଡି ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ,ଜଗତସିଂହପୁର , ପୁରୀ, ନୟାଗଡ, ଖୋର୍ଦ୍ଧା, ଗଂଜାମ , ଗଜପତି ,ମୟୁରଭଞ୍ଜ , କେନ୍ଦୁଝର ରାୟଗଡା, କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରିରେ ବିଜୁଳି ଘଡଘଡି ବର୍ଷା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।