MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।

କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜ ସଙ୍ଘ ପକ୍ଷରୁ ଚଳିତ ବର୍ଷ ପ୍ରଶାସନିକ ସେବା ରେ ସଫଳତା ଅର୍ଜନ କରିଥିବା ବଞ୍ଜରା ସମାଜ ର ଯୁବ ପ୍ରତିଭା ଙ୍କୁ ଜିଲ୍ଲା ସଙ୍ଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି।


କଳାହାଣ୍ଡି:୩୧/୧୦
ଖବରଦାତା—ସନତ କୁମାର ପ୍ରଧାନୀ


କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜ ସଙ୍ଘ ପକ୍ଷରୁ ଚଳିତ ବର୍ଷ ପ୍ରଶାସନିକ ସେବା ରେ ସଫଳତା ଅର୍ଜନ କରିଥିବା ବଞ୍ଜରା ସମାଜ ର ଯୁବ ପ୍ରତିଭା ଙ୍କୁ ଜିଲ୍ଲା ସଙ୍ଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି।

ଚଳିତ ବର୍ଷ କୋକସରା ବ୍ଲକ ହଂସପଡା ଗ୍ରାମ ର ରାଜେନ୍ଦ୍ର ନାଏକ ଙ୍କ ଝିଅ ଶିବାନୀ ନାଏକ ଓଏଏସ ପରୀକ୍ଷାରେ ୬୧୮ ରେଙ୍କ ଓ ଜୟପାଟଣା ବ୍ଲକ ପୁଝାରି ଗୁଡା ଗ୍ରାମର ରୋହିତ ନାଏକ ଙ୍କ ପୁଅ ଭୋଲେଶ୍ୱର ନାଏକ ଓଏଏସ ପରୀକ୍ଷାରେ ୩୪୧ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇ ବଞ୍ଜରା ସମାଜ ର ଟେକ ରଖିଛନ୍ତି l

ତାଙ୍କୁ ବଞ୍ଜରା ସମାଜ ପକ୍ଷରୁ ଜିଲ୍ଲା ସଭାପତି ଯଶୋବନ୍ତ ସିଂ ନାଏକ, ସମ୍ପାଦକ ବୁଦ୍ଧିରାମ ନାଏକ, ଉପ ସଭାପତି ପର୍ଶୁରାମ ନାଏକ, କୋଷାଧ୍ୟକ୍ଷ ଗୋବିନ୍ଦ ନାଏକ, ଉପଦେଷ୍ଟା କମିଟି ର ସଭାପତି ଜୟଲାଲ ନାଏକ ଖଗେଶ୍ବର ନାଏକ, ରତନ ନାଏକ, ସୁଶିଳ ନାଏକ, ସତ୍ୟ ନାଏକ, ରାଜୁ ନାଏକ ପ୍ରମୁଖ ଉପସ୍ଥିତ ରହି ଦୁଇ ଯୁବ ପ୍ରତିଭା କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜଳମୟ କାମନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।