MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ବିଧାୟକଙ୍କୁ ଜଗନ୍ନାଥ ସେବା ସମିତି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।


ମୋ ଟିଭି ଓଡିଶା / କଳାହାଣ୍ଡି:୧୬/୦୬(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀରରଞ୍ଜନ ପଟ୍ଟଯୋଷୀ ଙ୍କୁ ରବିବାର ଧର୍ମଗଡ ଠାରେ ଜଗନ୍ନାଥ ସେବା ସମିତି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଗନ୍ନାଥ ସେବା ସମିତି ପକ୍ଷରୁ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ରେ ସେବା ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ନାଗରିକ ପ୍ରତାପ କିଶୋର ମୁଣ୍ଡ, ଧର୍ମଗଡ ନଗରପାଲ ଅଶୋକ ମହାନ୍ତି, ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଟ୍ଟଯୋଷୀ ମଞ୍ଚାସିନ ଥିଲେ।

ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀ,ସନ୍ତୋଷ ପାତ୍ର,ଥବିର ପ୍ରସାଦ ସାହୁ, ସନ୍ତୋଷ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଘନଶ୍ୟାମ ଅଗ୍ରୱାଲ ସମେତ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ କର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଧର୍ମଗଡ ମାଟି ରେ ସ୍ଥାନୀୟ ପ୍ରାର୍ଥୀ ବିଧାୟକ ହୋଇଥିବା ବେଳେ ଏହି ଧର୍ମଗଡ ଉପଖଣ୍ଡ ର ଉନ୍ନତି ସହ ଲୋକଙ୍କ ସମସ୍ୟା କୁ ଆଗାମୀ ଦିନରେ ସମାଧାନ କରିବା ପାଇଁ ଜନ ସାଧାରଣ ମାନେ ବିଧାୟକଙ୍କୁ ନିବେଦନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସଵ ରେ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଏଵଂ ଧର୍ମଗଡ଼ର ଜନ ସାଧାରଣ ପକ୍ଷରୁ ନବ ନିର୍ବାଚିତ ବିଧାୟକ ସୁଧୀର ପଟ୍ଟଯୋଷୀ ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।