MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ମୋ ଟିଭି ଓଡିଶା / କଳାହାଣ୍ଡି :୧୨/୦୭


କଳାହାଣ୍ଡି ର ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେଓ ଓ ଧର୍ମଗଡ ର ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରିୟମ୍ବଦା ଚାନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର କଲେଜର ପ୍ରତିଷ୍ଠାତା ସଭ୍ୟ ହୃଷିକେଶ ମିଶ୍ର ସଭାରେ ମହିଳା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ମାନ୍ୟବର ସାଂସଦ ଓ ବିଧାୟକଙ୍କ ସହଯୋଗ କାମନା କରିଥଲେ।

ବର୍ତ୍ତମାନର ବିଧାୟକ ୧୯୯୨ ମସିହାରେ କଲେଜ ର ଜଣେ ପ୍ରତିଷ୍ଠାତା ସଭ୍ୟ ହିସାବରେ ସ୍ମୃତି ଚାରଣ କରି ଏହି କଲେଜକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସାଂସଦ ମାଳବିକା ଦେଓ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜ୍ଞାପନ କରି ତାଙ୍କ ବକ୍ତବ୍ୟ ରେ ସେ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ରେ ଶିକ୍ଷା ଲାଭ କରିଥିବା କହି ଛାତ୍ରୀଙ୍କ ସମସ୍ୟା ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସମସ୍ୟା କୁ ଗୁରୁତର ସହ ନେବେ ବୋଲି ପ୍ରକାଶ କରିଥିଲେ।

ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଦାଦା ଓ ମୁଁ ମିଶି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅନୁଦାନ ଆଣିବୁ ବୋଲି ପ୍ରକାଶ କରିଥିଲେ। ପ୍ରତିଷ୍ଠାତା ସଭ୍ୟ ହୃଷିକେଶ ମିଶ୍ର ମହାବିଦ୍ୟାଳୟ ରେ ଏକ ଅଡିଟୋରିଅମ, ଛାତ୍ରୀଙ୍କ ପାଇଁ କମନ୍ ରୁମ ସକାଶେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କଲେଜ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନ୍ସିପାଲ ପ୍ରିୟମ୍ବଦା ଚାନ୍ଦ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ରିପୋର୍ଟ-ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।