February 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ

ମୋ ଟିଭି ଓଡିଶା / ନୂଆଦିଲ୍ଲୀ,୨୧/୦୮ : ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍‌ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ ସେଦିନ ରାତିର ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଆପଣଙ୍କ ଲୋମଟାଙ୍କୁରି ଉଠିବ। ଅଗଷ୍ଟ ୯ରେ ମେଡିକାଲ କଲେଜର ସେମିନାର ହଲ୍‌ରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଯାହାର ଗୋଟିଏ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସିବିଆଇ ଏନେଇ ତଦନ୍ତ କରୁଛି। ତଦନ୍ତବେଳେ ଖୋଦ୍‌ ସଞ୍ଜୟ ଏପରି କିଛି କହିଛି ଯାହାକୁ ଶୁଣିଲେ ଆପଣ ଶିହରି ଉଠିବେ।

ଅଭିଯୁକ୍ତ ଏକ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ। ଅଗଷ୍ଟ ୮ ଅଧାରାତିରେ ସଞ୍ଜୟ ତାଙ୍କର ଅନ୍ୟଏକ ସ୍ବେଚ୍ଛାସେବୀ ବନ୍ଧୁ ସହିତ ସୋନାଗାଛି(କୋଲକାତାର ରେଡ୍‌ ଲାଇଟ୍‌) ଯାଇଥିଲେ। ଏହି ସମୟରେ ସଞ୍ଜୟ ପ୍ରଚୁର ମଦ ପିଇଥିଲେ। ରାତି ୨ଟାରେ ସଞ୍ଜୟଙ୍କ ସାଥୀ ରେଡ୍‌ ଲାଇଟ୍‌ର ଏକ ଦେହଜୀବୀଙ୍କ ଘରକୁ ପ୍ରବେଶ କରିଥିଲେ। ଏହି ସମୟରେ ସଞ୍ଜୟ ବାହାରେ ଛିଡା ହୋଇଥିଲେ। ବାହାରେ ଛିଡା ହେବା ସମୟରେ ପାଖ ଦେଇ ଯାଉଥିବା ଜଣେ ମହିଳାଙ୍କୁ ସଞ୍ଜୟ ଅସଦାଚରଣ କରିଥିଲେ। ଏଥିସହ ଅନ୍ୟ ଏକ ମହିଳାଙ୍କୁ ଫୋନ କରି ତାଙ୍କ ନଗ୍ନ ଫଟୋ ଛାଡିବାକୁ କହିଥିଲେ। ରାତି ୩.୫୦ ସମୟରେ ସଞ୍ଜୟ ଆରଜି କର ହସ୍ପିଟାଲ ଚାରି ପାଖରେ ବୁଲିଥିଲେ। ଏହାପରେ ନିଶାରେ ରହି ସେ ହସ୍ପିଟାଲର ଅପରେଶନ ହଲ୍‌କୁ କବାଟ ଭାଙ୍ଗି ପଶିଥିଲେ। ଏହାପରେ ସେ ଏମରଜେନ୍ସି ବିଭାଗକୁ ଯାଥିଲେ। ଏହାପରେ ପୁଣି ସେ ତୃତୀୟ ମହଲାରେ ଥିବା ସେମିନାର ହଲ୍‌ରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ଟ୍ରେନି ଡାକ୍ତରଙ୍କୁ ସେମିନାର ହଲ୍‌ରେ ଗଭୀର ନିଦରେ ଶୋଇଥିବାର ଦେଖିବାକୁ ପାଇଥିଲେ। ଏହି ସମୟରେ ସବୁ କାଣ୍ଡଜ୍ଞାନ ହରାଇ ତାଙ୍କୁ ବଳାତ୍କାର କରିଥିଲେ। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ସେହଦିନ ରାତିରେ ବାରମ୍ବାର ହସ୍ପିଟାଲ ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।