January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’

ମୋ ଟିଭି ଓଡିଶା ବ୍ୟୁରୋ :

ଆଧୁନିକୀକରଣ ଦିଗରେ ବଢୁଛି ଭାରତୀୟ ରେଳବାଇ । ଏବେ ଚିନ୍ତା କିପରି ଏଡ଼ାଯିବ ଦୁର୍ଘଟଣା । ନିକଟରେ ଏକାଧିକ ଦୁର୍ଘଟଣା ଯାତ୍ରୀଙ୍କ ସୁରକ୍ଷା ଓ ଭାରତୀୟ ରେଳବାଇ ବୈଷୟିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାରି ମଧ୍ୟରେ 2020ରେ ରେଳ ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ଆରମ୍ଭ କରିଥିବା ‘କବଚ’ ସିଷ୍ଟମର କାର୍ଯ୍ୟକାରିତାର ଆବଶ୍ୟକତା ମଧ୍ୟ ପୁଣି ସାମ୍ନାକୁ ଆସିଛି ।

ଗୋଟିଏ ଟ୍ରାକରେ କୌଣସି କାରଣ ବଶତଃ ମୁହାଁମୁହିଁ କିମ୍ବା ପଛକୁ ପଛ ଦୁଇଟି ଟ୍ରେନର ଦୁର୍ଘଟଣାକୁ ରୋକିବା ପାଇଁ ‘କବଚ’ ସିଷ୍ଟମ ଲଗାଯାଉଛି । ମାତ୍ର ଏହା ସେତେମାତ୍ରାରେ କ୍ରିୟାଶୀଳ ହୋଇପାରିନି । ବିଶାଳ ରେଳ ନେଟଓ୍ବାର୍କର ମାତ୍ର ୩ ପ୍ରତିଶତ ଏହି ଅତ୍ୟାଧୁନିକ କବଚ ସିଷ୍ଟମରେ କଭର ହୋଇପାରିଥିବା ସୂଚନା ରହିଛି । ଏବେ ପ୍ରଶ୍ନ ଉଠୁଛି ଭାରତୀୟ ରେଳବାଇର ବ୍ୟସ୍ତ ବହୁଳ ଜୋନ ପୂର୍ବତଟ ରେଳପଥ- ଇଷ୍ଟ କୋଷ୍ଟ ରେଳବାଇରେ କେବେ ଲାଗିବ କବଚ ବ୍ୟବସ୍ଥା ?

‘କବଚ’ରେ ରହିଛି ଦୁର୍ଘଟଣା ନିରୋଧୀ ଟେକ୍ନୋଲୋଜି (Anti Collision Technology) । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆଗ-ପଛ ହୋଇ ଗଡୁଥିଲେ, ଏହା ଉଭୟ ଲୋକୋମୋଟିଭ ମଧ୍ୟରେ ଦୂରତାକୁ ନିରୀକ୍ଷଣ କରେ । ଉଚିତ ଦୂରତା ନରହିଲେ ବା କୌଣସି ସିଗ୍ନାଲିଂ ତ୍ରୁଟି ସମୟରେ ଲୋକୋପାଇଲଟ ବ୍ରେକ୍‌ ଲଗାଇବାକୁ ଭୁଲି ଗଲେ, ତ୍ରୁଟି କିମ୍ବା ବିଳମ୍ବ କଲେ, ଏହି ପ୍ରଣାଳୀ ସ୍ବୟଂଚାଳିତ ଭାବେ ଲୋକୋମୋଟିଭରେ ବ୍ରେକ୍ ଲଗାଇ ବେଗ ହ୍ରାସ କରିବା ସହ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥାଏ । ଆବଶ୍ୟକ ସ୍ଥଳେ ଟ୍ରେନକୁ ସମ୍ପୂର୍ଣ୍ଣ ବ୍ରେକ କରି ଟ୍ରାକରେ ଛିଡା ମଧ୍ୟ କରିପାରେ ।

କବଚ ହେଉଛି ଏକ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ, ଯାହାକି ଆରଡିଏସଓ (Research Design and Standards Organization) ଦ୍ବାରା ବିକଶିତ କରାଯାଇଛି । ଏହା ସିଗନାଲ ସହ ଅନ୍ୟ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ଆସନ୍ତା ୫ ବର୍ଷ ଭିତରେ ୪୪ ହଜାର କିଲୋମିଟର ରେଳ ଟ୍ରାକରେ ‘କବଚ’ ସିଷ୍ଟମ ଲଗାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତୀୟ ରେଳବାଇ । ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡ଼ାକୁ ଯୋଗାଯୋଗ କରୁଥିବା ରେଳ ଲାଇନରେ ଏହାର ଇନଷ୍ଟଲେସନ କାମ ଜାରି ରହିଛି । ମୋଟ ରେଳ ନେଟଓ୍ବାର୍କର ପ୍ରାୟ ତିନି ପ୍ରତିଶତ ଅର୍ଥାତ 1,456 କି.ମି ଟ୍ରାକରେ ଓ 144 ଟି ରେଳ ଇଞ୍ଜିନ ଲୋକୋମୋଟିଭରେ ଏହାର ଇନଷ୍ଟଲେସନ ସରିଛି । ୨୦୨୨ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ‘କବଚର୍ ସିଷ୍ଟମର ଟ୍ରାଏଲରେ ସାମିଲ ହୋଇଥିଲେ । ନିଜେ ଇଞ୍ଜିନିୟରମାନଙ୍କ ସହ ଲୋକୋମୋଟିଭର ଲୋକୋ-କ୍ୟାବରେ ଯାତ୍ରା କରିଥିଲେ । ଏହି ପରୀକ୍ଷଣ ସଫଳ ହେଲା ଓ ଆଗାମୀ ଦିନରେ ଏହା ଭାରତୀୟ ରେଳବାଇର ସୁରକ୍ଷା କବଚ ହେବ ବୋଲି କହିଥିଲେ ।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।