ମୋ ଟିଭି ଓଡିଶା / ଗଞ୍ଜାମ :
ପାହାଡ଼ରେ ପଥର କାଟିବା ଓ ବ୍ଲାଷ୍ଟିଙ୍ଗ ବେଳେ ଶ୍ରମିକ ଙ୍କ ସୁରକ୍ଷା ପ୍ରତି ନାହିଁ ଲିଜ ଧାରୀ ଙ୍କ ନିଘା l ସୁରକ୍ଷା ଅଭାବରୁ ଚାଲିଗଲା ଗୋଟିଏ ନିରୀହ ଜୀବନ l ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ପାଣ୍ଡିଆପଥର ଗ୍ରାମ ନିକଟ ପଥର କୁଆରୀ ରେ ପଥର କାଟିଲା ବେଳେ ପାହାଡ଼ ଉପରୁ ପଡି ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହାତ ହୋଇଛନ୍ତି l ମୃତ ଶ୍ରମିକ ତାମିଲନାଡୁ ଅଞ୍ଚଳର ଏ. ଗୋବିନ୍ଦ ହୋଇଥିବା ଜଣାପଡିଛି l ଆଜି ସକାଳୁ କିଛି ଶ୍ରମିକ ପାଣ୍ଡିଆପଥର ଗ୍ରାମ ନିକଟ ହାତୀ ପାହାଡ଼ ରେ ଏମଏସ ମିରିଲା ଗ୍ରୁପ ଦ୍ୱାରା ଚାଲିଥିବା ପଥର କଟା କାର୍ଯ୍ୟରେ ନିୟୋଜିତ ହୋଇଥିଲେ l
ଏହି ସମୟରେ ପାହାଡ଼ ଉପରେ ରହି ପଥର କାଟିବା ସମୟରେ ପାହାଡ଼ ରୁ ତିରିଶି ଫୁଟ ତଳକୁ ଏ. ଗୋବିନ୍ଦ ଓ କିଛି ଶ୍ରମିକ ଖସି ପଡିଥିଲେ l ଫଳରେ ଏ.ଗୋବିନ୍ଦ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକ ଆହାତ ହୋଇଥିଲେ l ସ୍ଥାନୀୟ ଲୋକେ ସମସ୍ତ ଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ଶନିବାର ଦିନ 11 ଟା ସମୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ଏଠାରେ ଡାକ୍ତର ଏ. ଗୋବିନ୍ଦ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଖବରପାଇ କୋଟିନଡା ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ l ତେବେ ଶ୍ରମିକ ମାନଙ୍କୁ କାର୍ଯ୍ୟ ରେ ଲଗାଇଥିବା ସଂସ୍ଥା ର ଖାମଖିଆଲି ମନଭାବ ଯୋଗୁଁ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଆଲୋଚନା ହେଉଥିବା ବେଳେ ପ୍ରଶାସନ ସଂସ୍ଥା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।