January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କନ୍ଧମାଳରେ କାହିଁକି ହାରିଲେ ଅଚ୍ୟୁତ ।

ମୋ ଟିଭି ଓଡିଶା ବ୍ୟୁରୋ : କନ୍ଧମାଳରେ କାହିଁକି ହାରିଲେ ଅଚ୍ୟୁତ । କୁହାଯାଉଛି, କନ୍ଧମାଳ ସାଂସଦ କ୍ଷେତ୍ରରେ ବିଭିନ ନିର୍ବାଚନ ମଣ୍ଡଳୀରୁ ଦୁଈ ସହ ଏକରରୁ ଅଧିକ ଜାଗା ଆତ୍ମସାତ କରିଛନ୍ତି ଅଚ୍ୟୁତାନନ୍ଦ ସାମନ୍ତ । ମସଲା କମ୍ପାନୀ ସହ ମିଶି ମସଲା ଫ୍ୟାକ୍ଟ୍ରି ହେବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ, ତାହା ହୋଇ ପାରିଲା ନାହିଁ । କନ୍ଧମାଳ ହଳଦୀ ବିଶ୍ବରେ ପରିଚିତ । gi ଟ୍ୟାଗ ର ମାନ୍ୟତା ମଧ୍ୟ ପାଇଛି । କିନ୍ତୁ ହଳଦୀ ମିଶନ ଫେଲ । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିଲା ନାହିଁ। ଯାହାକୁ ନେଇ କନ୍ଧମାଳରେ ଆଦିବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖା ଦେଲା। ଆଉ ହାରିଲେ ଅଚ୍ୟୁତ ।  ୨୨ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ।

୨୦୧୯ ରେ କନ୍ଧମାଳରେ ବିଜେଡି ତରଫରୁ ପାର୍ଥୀ ନିର୍ବାଚନ ଜିତିବା ପରେ କର୍ମୀ ଓ ସାଧାରଣ ଜନତା ଙ୍କ ଠାରୁ ଦୁରେଇ ଯାଇଥିଲେ ଅଚ୍ୟୁତ । କର୍ମୀ ମାନଙ୍କର ଫୋନ ଉଠେଇଲେନି। ନିଜର ପ୍ରଚାର ପ୍ରସାର କରିବାରେ ସବୁବେଳେ ବ୍ୟସ୍ତ ରହିଲେ । କିସ, କୀମସ ଓ କୀଟ ମାଧ୍ୟମରେ ଲୋକ ମାନଙ୍କର ସେବା କରୁଥିବା କଥା ପ୍ରଚାର କଲେ । କିସ ମାଧ୍ୟମରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ମାଗଣାରେ ଗଠନ କରୁଥିବା କହିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଠାରୁ ଚାଉଳ ସହ କେନ୍ଦ୍ର ସରକାରଙ୍କର ଆଦିବାସୀ କଲ୍ୟାଣ ଯୋଜନା ମାଧ୍ୟମରେ ଛାତ୍ର ବୃତ୍ତି, ପୋଷାକ, ସବୁ ଫାଇଦା ଉଠେଇଲେ। ଯାହାକି ହାରିବା ପଛର ଆଉ ଏକ କାରଣ ବୋଲି ବୁଦ୍ଧିଜୀବୀ କହିଛନ୍ତି। କର୍ମୀଙ୍କ ଠାରୁ ନିଜକୁ ଦୁରେଇ ରଖିବା, ନିଜ ଅନୁଷ୍ଠାନର କର୍ମଚାରୀଙ୍କ ଦ୍ବାରା ନିର୍ବାଚନ ପରିଚାଳନା କରିବା, ଆଦିବାସୀଙ୍କର ଜମି ହଡପ କରିବା କାରଣରୁ କନ୍ଧମାଳରେ ଅଚ୍ୟୁତାନ୍ଦନ ସାମନ୍ତ ହାରିଛନ୍ତି ବୋଲି ଆଲୋଚନା ହେଉଛି।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।