February 5, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୫୦ ବର୍ଷର ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ବୈମାତୃକ ମନୋଭାବ କାହିଁକି ?

ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହାରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି । ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ ନିର୍ମାଣ ହୋଇଥିବା ଅନ୍ତେବାସୀ କୋଠାର ଜମି ଅନ୍ୟମାନଙ୍କ ନାଁରେ ପଟ୍ଟା ଅଛି l ଖାତା ନଂ ୮୦, ପ୍ଳଟ ନଂ ୨୬୮/୧୧୫୨/୮୭୫ ଟି ବିଶ୍ବମ୍ବର ମଳିକ, ଦୟାନିଧି ମଳିକ, ବଶିଷ୍ଟ ମଳିକ, ଶିବୁନା ମଳିକଙ୍କ ନାମରେ ପଟ୍ଟା ଅଛି। ଉକ୍ତ ବ୍ୟକ୍ତିଙ୍କ ବାପାମାନେ ବିଦ୍ୟାଳୟ ନିର୍ମାଣ ପାଇଁ ଜାଗାଟିକୁ ଦାନସୂତ୍ରେ ପ୍ରଦାନ କରିଥିଲେ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି। କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ । ବର୍ତ୍ତମାନ ଏହି ବିଦ୍ୟାଳୟରେ ଆଦିବାସୀ ସମନ୍ବିତ ଆନୁକୂଲ୍ୟରେ ४० ଶଯ୍ୟା ବିଶିଷ୍ଟ ୩୦ ବର୍ଷ ହେବ ଚାଲୁଅଛି। ବର୍ତମାନ ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପଢୁଛନ୍ତି। ନା ଅଛି ଶ୍ରେଣୀଗୃହ ନା ଅଛି ଛାତ୍ରାବାସ।

ବର୍ତ୍ତମାନ ଅନ୍ତେବାସୀଙ୍କ କୋଠାରେ ବର୍ଷା ପାଣି ଗଳୁଛି। ଏଠାରେ ରହିବାର ସୁବିଧା ନଥିବାରୁ ୪୦ ଜଣ ରହିବା ବଦଳରେ ହଷ୍ଟେଲରେ ମାତ୍ର ୨୧ ଜଣ ଛାତ୍ର ରହୁଛନ୍ତି। ଅନ୍ୟ ଏକ ଶ୍ରେଣୀ ଗୃହ ରୂପେ ବ୍ୟବହାର ହେଉଥିବାରୁ ଚଟାଣଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଯାହାକି, କଞ୍ଚା ମାଟିରେ ତାଳି ପକାଯାଇ କାମ ଚଳାଯାଉଛି। ଏହି ବିଦ୍ୟାଳୟ ରେ ୫ଜଣ ଶିକ୍ଷୟତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ସର୍ବଶିକ୍ଷା ଅଭିଯାନରେ ନିର୍ମାଣ ହୋଇଥିବା ଶୌଚାଳୟଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏପରିକି ଛାତ୍ରାବାସରେ ନା ଅଛି ପାଣି ନା ଅଛି ଆକ୍ଵାଗାର୍ଡ I କୂପ ଏବଂ ସରକାରୀ ଯୋଗାଣରେ ଆସୁଥିବା ପାଣିରେ ଚାଲୁଛି ମଧ୍ୟାହ୍ନ ଭୋଜନ ଏବଂ ଅନ୍ତେବାସୀଙ୍କ ଖାଦ୍ୟ ପ୍ରସ୍ତୁତି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ସମସ୍ୟା ସମାଧାନ କରିବା ପାଇଁ ବିଦ୍ୟାଳୟ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।