ଭତା ଅନଲାଇନରେ କରାଇବା ପାଇଁ ସରପଞ୍ଚ ନେଲେ ତିନି ଶହ ଟଙ୍କା । ଭତା ଟଙ୍କା ,ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ,ପାଇଁ ଅପେକ୍ଷା ବିଧବା ମହିଳା
ମୋଟିଭି ଓଡ଼ିଶା,ଦାରିଙ୍ଗବାଡି,୨୫/୭(ସୁଶାନ୍ତ କୁମାର ସାହୁ):
ବିଧବା ମହିଳା ଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ବେଳେ ତାହା ଆଜି ବାଟବଣା । ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି ବିଧବା ମହିଳା । ବିଧବା ମହିଳା ଜଣଙ୍କ ହେଲେ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ଗ୍ରାମ ବନ୍ଧ ଉପର ସାହିର ସିମଳି ପ୍ରଧାନ । ସିମଳି ପ୍ରଧାନ ଙ୍କ ସ୍ବାମୀ ବିଶାଳ ପ୍ରଧାନ ଗତ ଏପ୍ରିଲ ୪ ତାରିଖ ଦିନ ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ସରକାରଙ୍କ ନିୟମ ପ୍ରକାରେ ମୃତ୍ୟୁ ପରେ ଶବ ଦାହ କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ନେଇ ନିୟମ ରହିଥିବା ବେଳେ ଘଟଣାର ୩ ମାସ ବିତିଯାଇଥିଲେ ସୁଦ୍ଧା ହରିଶ୍ଚନ୍ଦ୍ର ଯୋଜନାରେ କୌଣସି ସହାୟତା ମିଳି ପାରି ନାହିଁ ।

ଏଭଳିକି ମଧୁବାବୁ ପେନସନ ଯୋଜନା ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମଧ୍ୟ ଆଜି ଯାଏଁ ସାମିଲ ହୋଇ ନାହାନ୍ତି । ଏପରିକି ଭଙ୍ଗା ଦଦରା ଘରେ ରହୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇ ନଥିବା ଦେଖିବାକୁ ମିଳିଛି । ସରକାରୀ ଯୋଜନା ସିମଳାଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି । ପେନସନ ଯୋଜନାରେ ସାମିଲ ହେବା ଓ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇବା ନିମନ୍ତେ ବୁଡ଼ାଗୁଡ଼ା ପଞ୍ଚାୟତରେ ଦରଖାସ୍ତ ଦାଖଲ କରିଥିଲେ ସୁଦ୍ଧା ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ସିମଳି ଅଭିଯୋଗ କରିଛନ୍ତି । ସିମଳି ଏକାକୀ ରହୁଥିବା ବେଳେ ବୟସ୍କ କାରଣ ରୁ କୁଲି ମଜୁରୀ ସଠିକ ଭାବେ ଯାଇ ପାରୁନାହାଁନ୍ତି । ଫଳରେ ଚଳିବା ମୁସ୍କିଲ ହୋଇ ଯାଉଛି । ଏଣୁ ବିଧବା ଙ୍କ ପାଇଁ ରହିଥିବା ସରକାରୀ ଯୋଜନାରେ ଯଥା ଶୀଘ୍ର ସାମିଲ କରିବାକୁ ସିମଳି ସମେତ ଗ୍ରାମବାସୀ ଦାବି କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।