February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁଣି ପଲଟି ମାରିବେ କି ନୀତୀଶ?

ଏନଡିଏ ଛାଡ଼ି ମହାମେଣ୍ଟକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ବୟାନ ବିହାର ରାଜନୀତିରେ ନିଆଁ ଲଗାଇଛି । ୨୦୨୫ ଶେଷ ଆଡକୁ ଅଛି ବିହାର ବିଧାନସଭା ନିର୍ବାଚନ । ହେଲେ ତା ପୂର୍ବରୁ ହେବାକୁ ଯାଉଛି ବଡ଼ ଓଲଟପାଲଟ । ଲାଲୁ କହିଛନ୍ତି, କ୍ଷମା କରିବା ମୋ କାର୍ୟ୍ୟ। ଜେଡିୟୁ ମୁଖ୍ୟ ନୀତୀଶ କୁମାର ଯଦି ଫେରିଆସିବେ, ତାଙ୍କୁ ବିନା ଦ୍ୱିଧାରେ କ୍ଷମା କରିଦେବି। ସମସ୍ତେ ମିଳିମିଶି କାର୍ୟ୍ୟ କରିବୁ। ମୋ ଦ୍ୱାର ସବୁବେଳେ ନୀତୀଶଙ୍କ ପାଇଁ ଖୋଲା ରହିଛି। ନୀତୀଶ ମଧ୍ୟ ନିଜ ଦ୍ୱାର ଖୋଲା ରଖିବା ଉଚିତ। ଲାଲୁଙ୍କ ଏହି ମନ୍ତବ୍ୟକୁ ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଲାଲୁଙ୍କ ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି ନୀତୀଶ କୁମାର । ତେବେ ପୂର୍ବରୁ ଦଳ ବଦଳାଇବା ନେଇ ନୀତିଶଙ୍କ ନାଁରେ ରେକର୍ଡ ରହିଛି । ବର୍ଷ ଆରମ୍ଭରୁ ହିଁ ନୀତୀଶ ଦଳ ବଦଳାଇ ଦିଅନ୍ତି । ବାରମ୍ୱାର ଏମିତି କରିବାର ନଜିର ମଧ୍ୟ ରହିଛି । ତେଣୁ ଲାଲୁ ଯାଦବଙ୍କ ଅଫର ନୀତିଶ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।