ମୋ ଟିଭି ଓଡିଶା / ଭୁବନେଶ୍ୱର :
ସାମାଜିକ ଗଣମାଧ୍ୟମରେ ଲାଇଭ୍ ଭିଡିଓ କରିବା ପରେ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ନିକଟ ଟ୍ରେନ୍ ଲାଇନ୍ କଡରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ସାମ୍ବାଦିକାଙ୍କ ନାଁ ମଧୁସ୍ମିତା ବୋଲି ଜଣା ପଡିଛି । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ । ମୃତକ ଜଣଙ୍କ ଶରୀର କ୍ଷତାକ୍ତ ହୋଇଥିବା ବେଳେ ମୃତଦେହଟି ଟ୍ରେନ ଦ୍ବାରା ୧୦୦ ମିଟର ପର୍ଯ୍ୟନ୍ତ ଘୁଷୁଡି ହୋଇଆସିଛି । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ମୃତଦେହକୁ ଜବତ କରାଯାଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଆରପି । ଘଟଣ ସ୍ଥଳରେ ମତକଙ୍କ ସ୍ବାମୀ ଓ ତାଙ୍କର ପରିବାର ଲୋକେ ପହଞ୍ଚିଛନ୍ତି । ପରିବାର ଲୋକେ ତାଙ୍କ ସ୍ବାମୀଙ୍କୁ ଦୋଷ ଦେଇ ମାଡ଼ ମାରିଛନ୍ତି ।
ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଇନଷ୍ଟାରେ ଦେଖିବାକୁ ମିଳିଛି । ସେ ଭିଡ଼ିଓରେ ସେ ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ସମ୍ପର୍କରେ କହୁଛନ୍ତି ଏବଂ ତାଙ୍କର ଅନେକ ଯୁବତୀଙ୍କ ସହ ସମ୍ପର୍କ ଥିବା କହୁଛନ୍ତି । ଏନେଇ ସେ ମାନସିକ ଚାପରେ ରହି ବଞ୍ଚିବାର ନାହିଁ ବୋଲି କହୁଛନ୍ତି । ସେପଟେ ପୋଲିସ ସନ୍ଦେହ କରୁଛି ସେ ଆତ୍ମହତ୍ୟା କରିଥାଇ ପାରନ୍ତି । କାରଣ ମୃତଦେହଟି ଘୋଷାଡି ହୋଇ ୧୦୦ ମିଟର ପର୍ଯ୍ୟନ୍ତ ଆସିଛି । ମୃତ ମଧୁସ୍ମିତା ପରିଡାଙ୍କ ଘର ଗଞ୍ଜାମ ବେଲଗୁଣ୍ଠାରେ ବୋଲି ସୂଚନା ମିଳିଛି । ସେ ଗତ ୪ ମାସ ତଳେ ବିବାହ କରି ଇନ୍ଦିରା କଲୋନୀ ନୂଆ ଗାଁରେ ରହୁଥିଲେ । ଏନେଇ ପରିବାରରେ ତାଙ୍କ ସ୍ବାମୀ ସହ ଅନେକ ତିକ୍ତତା ଥିବା ଜଣାପଡିଛି । ତେବେ କାହିଁକି ମଧୁସ୍ମିତା ଜୀବନ ହାରିଲେ ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।