ଖୋର୍ଦ୍ଧା : (ମୋଟିଭି ଓଡିଶା ) ବେକରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର।ମୃତକ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ। ସୂଚନାରୁ ଜଣାପଡିଛି ବାଲୁଗାଁ ଥାନା ଅନ୍ତର୍ଗତ ସରଳପଦର ଗ୍ରାମର ସତ୍ୟଭାମା ଦେଇଙ୍କ ଝିଅ ମାମି ବାରିକ ନିରାକାରପୁର ଥାନା ଲେଣ୍ଡୋ ଗୋପିନାଥପୁର ଗ୍ରାମର ରତ୍ନାକର ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ମାମିଙ୍କର ଦୁଇଟି ଝିଅ। ଅନେକ ସମୟରେ ମାମିକୁ ତାର ସ୍ୱାମୀ ରତ୍ନାକର ଓ ଦିଅର ଦିଲ୍ଲୀପ ବାରିକ ଶାରରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ।
ଏନେଇ ମୃତକର ପରିବାର ଲୋକେ ଅନେକ ସମୟରେ ମାମିକୁ ଓ ତାର ସ୍ୱାମୀ ରତ୍ନାକରକୁ ବୁଝାମଣା କରି ଚାଲି ଯାଉଥିଲେ।ଗତକାଲି ରାତିରେ ମାମି ତାର ପରିବାର ଲୋକଙ୍କ ସହିତ ଫୋନରେ କଥା ହୋଇଥିଲା ମୋତେ ଏମାନେ ଏଠାରେ ଆଉ ରଖେଇ ଦେବେନାହିଁ ମାରିଦେବେ ବୋଲି ଏତଲାକାରୀ ଲିଖିତ ଅଭିଯୋଗ କରିଛନ୍ତି। ଆଜି ସକାଳୁ ମୃତକ ମହିଳା ଜଣଙ୍କ ବେକରେ ରଶି ଲଗାଇ ମୃତ୍ୟୁ ବରଣ କରିଥିବା ଜଣାପଡିବା ପରେ ଖବର ପାଇ ନିରାକାରପୁର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ମେଡ଼ିକାଲ କୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ତଦନ୍ତ କାରୀ ଅଧିକାରୀ ସୂଚନା ଦେଇଛନ୍ତି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।