MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ବିଶ୍ୱ ଏଡ୍ସ ଦିବସ ପାଳିତ l


ସୁନ୍ଦରଗଡ ( ଦେବେନ୍ଦ୍ର କୁମାର ଭିତ୍ରିଆ ) : ୦୨/୧୨:

ଗତକାଲି (୦୧/୧୨) ରବିବାର ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଜୁନିଅର ରେଡକ୍ରସ୍ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି l

ଏହି ଅବସରରେ ଦର୍ଲିପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ମାନସ ତ୍ରିପାଠୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଏଡସ୍ ବିଷୟରେ ଅବଗତ କରାଇବା ସହିତ ସତର୍କ ରହିବାକୁ ସୂଚନା ଦେଇଥିଲେ l

ଉକ୍ତ ବିଦ୍ୟାଳୟର ଶିକ୍ଷକ ତଥା ଡିଜାୟଷ୍ଟର ମ୍ୟାନେଜମେଣ୍ଟ ର ମାଷ୍ଟର ଟ୍ରେନର ହରେକୃଷ୍ଣ ମାହେଲାଙ୍ଗ, ଜୁନିଅର ରେଡକ୍ରସ୍ ର କାଉନସିଲର ବିଜୟଲକ୍ଷ୍ମୀ ନାଏକ ଓ ଶିବାନୀ ସେଠ କାର୍ଯ୍ୟକ୍ରମରେ ଯୋଗଦାନ କରି ଏଚଆଇଭି ଭୁତାଣୁ ଠାରୁ ବଞ୍ଚିବା ପାଇଁ ପିପିଟି ମାଧ୍ୟମରେ ପ୍ରଦର୍ଶିତ କରି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ସଫଳ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।