ମୋଟିଭି ଓଡିଶା / କଳାହାଣ୍ଡି:୧୩/୦୬ :
ତାଲୁକ ଆଇନ ସେବା ସମିତି, ଧର୍ମଗଡ ଦ୍ୱାରା ସ୍ଥାନୀୟ ଇଂମାନୁଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଧର୍ମଗଡ ଠାରେ ବିଶ୍ୱ ଶିଶୁ ଶ୍ରମିକ ଦିବସ ପାଳନ କରାଯାଇଅଛି । ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ବିଶ୍ୱ ବିଶୃତ କର, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରାଜ୍ଞ୍ୟା ପାରମିତା ସ୍ୱାଇଁ, ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର କୁମାର ମୁନି, ବରିଷ୍ଠ ଓକିଲ, ଶ୍ରୀ ହରିଶ ଚନ୍ଦ୍ର ବାଗ, ଶ୍ରୀମତୀ ସଂଯୁକ୍ତା ପଣ୍ଡା ରିଟେନର ଶ୍ରୀ ତୁଷାର ରଞ୍ଜନ ନାଏକ,ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ଶ୍ରୀମତୀ ରୂପା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ ଅନ୍ତେବାସୀ ଶିଶୁ ମାନଙ୍କୁ ଶିଶୁଶ୍ରମିକ କଣ, କେଉଁ ବୟସର ଶ୍ରମିକ ମାନଙ୍କୁ ଶିଶୁ ଶ୍ରମିକ କୁହାଯାଏ, ଶିଶୁ ଶ୍ରମିକ ମାନଙ୍କୁ ମାଲିକ ମାନେ କେଉଁ ପ୍ରକାର ପ୍ରଲୋଭନ ତଥା ଶୋଷଣ କରିଥାନ୍ତି ତାହା ବିଷୟରେ ଅବଗତ କରାଇ ଥିଲେ ଏବଂ ଶିଶୁମାନେ ନିଜକୁ ଉଚ୍ଚ ଶିକ୍ଷିତ କରି ନିଜକୁ ଭଲ ମଣିଷ ହୋଇ ଗଢ଼ିତୋଳିବା ପାଇଁ କହିଥିଲେ । ଉକ୍ତ ବିଷୟ ଉପରେ ଅନ୍ୟାନ ବକ୍ତା ମାନେ ମଧ୍ୟ ନିଜସ୍ୱ ମତ ବ୍ୟକ୍ତ କରିଥିଲେ ।ଏହି ସଭାରେ ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଇଂମାନୁଏଲ ଏମ.ଆଇ ର ସଭାପତି ଶ୍ରୀ ଧନିରାମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ