କଳାହାଣ୍ଡି:୦୪/୦୫ : (ମୋଟିଭି ଓଡିଶା ) :
ମଇ ୩ ତାରିଖକୁ ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ରୂପେ ଘୋଷଣା କରାଯାଇଥିଲା । ସାମ୍ୱାଦିକଙ୍କ ଅଧିକାର ଓ ପ୍ରେସର ମହତ୍ତ୍ୱ ଉପରେ ସରକାରଙ୍କୁ ସ୍ମରଣୀୟ କରିଇବା ଏହି ଦିବସର ଲକ୍ଷ୍ୟ , ସେଥିପାଇଁ ବିଶ୍ୱର ଯେକୌଣସି ଠାରେ ପ୍ରେସ ସ୍ୱାଧୀନତାର ପ୍ରତିରକ୍ଷା କିମ୍ବା ପ୍ରୋତ୍ସାହନରେ ଏକ ସ୍ୱତନ୍ତ୍ର ଅଧିକାର ଅଛି।ଏନେଇ କଲମପୁର ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ ଏଇ ଦିବସ ପାଳନ କରିବା ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ।ଏହା କଲମପୁର ବ୍ଲକ ଅଧିନସ୍ଥ ସାମ୍ବାଦିକ ସମୂହ ଏକତ୍ରିତ ହୋଇ ବିଜୁକଲ୍ୟାଣ ମଣ୍ଡପରେ ପାଳନ କରିଛନ୍ତି। ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରା ମଞ୍ଚ ପରିଚାଳନା କରିଥିଲେ।ପ୍ରଥମେ ଅତିଥି ରୂପରେ ଯୋଗଦେଇଥିବା ଛତିଶଗଡ଼ ସରକାରଙ୍କ ଠାରୁ ଅବସର ପ୍ରାପ୍ତ ଅବକାରୀ କମିଶନର ଗଙ୍ଗାଧର ମାଝୀ , ସମ୍ମାନିତ ଅତିଥି ଭାବେ ମୂଖିଗୁଡା ଇନ୍ଦ୍ରାବତୀ ମହାବିଦ୍ୟାଳୟର ଅଵସର ପ୍ରାପ୍ତ ବରିଷ୍ଠ କିରାଣୀ ବିକ୍ରମ ଯୋଶୀ ଏବଂ ମୂଖ୍ୟବକ୍ତା ଭାବେ ଜୟପାଟଣା ବ୍ଳକ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଶେଷଦେଵ ବେହେରାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ମଞ୍ଚରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା , ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସାମ୍ବାଦିକ ଚକ୍ରଧର ନାଏକ ସ୍ୱାଗତ ଭାଷଣ ଦେଇଥିଲେ।ସମସ୍ତ ସାମ୍ବାଦିକ ଏହି ଦିବସରେ ଶୁଭେଚ୍ଛା ବକ୍ତବ୍ୟ ରଖିଥିଲେ। ଅତିଥିମାନଙ୍କ ଅଭିଭାଷଣ ପରେ ଏହି କାର୍ଯ୍ୟକ୍ରମର ଆୟୋଜକ ସୁରେନ୍ଦ୍ର ନାଏକ ଏବଂ ଦୀପକ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ମାନୀତ କରିଥିବା ବେଳେ , ସାମ୍ବାଦିକ ଲଷ୍ମୀରଞ୍ଜନ ବାଗଙ୍କୁ ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ଯୋଗଦାନ ଏକ ଅନନ୍ୟ ଉଦାହରଣ ବୋଲି ମତବ୍ୟକ୍ତ କରି ସୁରେନ୍ଦ୍ର ନାଏକ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।ଶେଷରେ ସାମ୍ବାଦିକ ଗଣେଶରାମ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ମୂଖ୍ୟ ବକ୍ତା ତଥା ବରିଷ୍ଠ ସାମ୍ବାଦିକ ଶେଷ ବେହେରାଙ୍କ କର କମଳରେ ବଜାର ପ୍ରାଙ୍ଗଣରେ ଥିବା ନୂତନ ସାମ୍ବାଦିକ ଭବନର ଶୁଭାରମ୍ଭ କରାଯାଇଥିଲା।
କଲମପୁରରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ।

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ