MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଧର୍ମଗଡ ଠାରେ ଯୋଗ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ।

କଳାହାଣ୍ଡି ( ମୋ ଟିଭି ଓଡିଶା / ସନତ କୁମାର ପ୍ରଧାନୀ ) : ୩୧/୦୮ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପାରିଷଦ ପକ୍ଷରୁ ଧର୍ମଗଡ ଶିଶୁ ପ୍ରମୋଦ ଉଦ୍ୟାନ ଠାରେ ଯୋଗ ପ୍ରଶିକ୍ଷଣ ଓ ଏନଏସି କାର୍ଯ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଧର୍ମଗଡ ନଗରପାଳ ଅଶୋକ ମହାନ୍ତି, ଉପାଧ୍ୟକ୍ଷ ମନୀଷା ମିଶ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା, ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ଉପସ୍ଥିତ ଥାଇ ଯୋଗ ପ୍ରଶିକ୍ଷଣ ନେଇଥିଲେ। ଏଥିରେ ଯୋଗ ପ୍ରଶିକ୍ଷକ ଭାବରେ ଶିଶିର ମେହେର ଯୋଗ ଦେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ସହିତ ଯୋଗ ହେଉଛି ଭାରତୀୟ ଦର୍ଶନ ଓ ଜ୍ଞାନପୁଞ୍ଜି ର ଏକ ଅନୁଭୂତିସିଦ୍ଧ ବିଭବ। ଯୋଗ କେବଳ ଆସନ, ପ୍ରାଣାୟମ, ଏବଂ ବ୍ୟାୟାମ ନୁହଁ। ଏହା ଏକ ସୁସ୍ଥ ଓ ସମାହିତ ଜୀବନ ଶୈଳୀ। ଯୋଗ ବ୍ୟକ୍ତି ର ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହ ତାର ରୋଗ ପ୍ରତିରୋଧକ ଶକ୍ତି ଓ କାର୍ଯ୍ୟ ଦକ୍ଷତା ବଢ଼ାଇଥାଏ।

ଯୋଗ କରିବା ଦ୍ୱାରା ସୁସ୍ଥ ଓ ଆତ୍ମବଳ ବୃଦ୍ଧି ନିରାମୟ ଜୀବନ ର ମୂଳ ମନ୍ତ୍ର ବୋଳି ପରାମର୍ଶ ଦେଇଥିଲେ। ସେହିପରି ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଶଶୀଧର ମଙ୍ଗରାଜ,ସସ୍ମିତା ମାଝୀ, ପ୍ରତିମା ସେନା, ପଙ୍କଜ କୁମାର ବିଶି, ଦୁଷ୍ମନ୍ତ ସେନା ସମେତ ଅନ୍ୟାନ୍ୟ ରକ୍ତଦାତା ରକ୍ତଦାନ କରିଥିଲେ। ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା,ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, କାଉନସିଲର, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ସହଯୋଗ କରିଥିଲେ। ଶିବିର ରେ ରକ୍ତ ଭଣ୍ଡାର ର ନିଗମାନନ୍ଦ ଗୋପାଳ, ଗଜାନନ ବେହେରା ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।