MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯୁବ ଡ୍ରାଇଭର ଙ୍କ ନିଆଁରା ସ୍ୱାସ୍ଥ୍ୟ ଯତ୍ନ, ଟ୍ରକ ଆଗରେ ବ୍ୟାୟାମ, ଯୁବବର୍ଗ ଙ୍କ ପାଇଁ ଉଦାହରଣ।


କଳାହାଣ୍ଡି:୧୪/୦୧(ସନତ ପ୍ରଧାନୀ)


ପେଶା ରେ ଜଣେ ଟ୍ରକ ଡ୍ରାଇଭର, ହେଲେ ସ୍ୱାସ୍ଥ୍ୟ ର ଯତ୍ନ ପ୍ରତି ତାଙ୍କର ଯଥେଷ୍ଟ ନିଶା। ଦିନରାତି ଟ୍ରକ ଚଳାଇ ଯେତେବେଳେ ସକାଳ ହୁଏ ସେ ଯେଉଁଠି ବି ଥାଆନ୍ତୁ, ଟ୍ରକ କୁ ରାସ୍ତା କଡ ରେ ରଖି ଟ୍ରକ ଆଗରେ ବ୍ୟାୟାମ କରିବା ସହ ଶରୀର କୁ ସୁସ୍ଥ ରଖିବାକୁ ନିଆଁରା ପ୍ରୟାସ ଜାରି ରଖିଛନ୍ତି। ଯୁବ ଟ୍ରକ ଡ୍ରାଇଭର ଙ୍କ ନାଁ ହେଉଛି ମଲକିତ ସିଂ ଘର ତାଙ୍କ ପଞ୍ଜାବ ରାଜ୍ୟରେ, ମଙ୍ଗଳବାର ସେ ଜାତୀୟ ରାଜପଥ ୨୬ କୋକସରା କାଉଡୋଳା ରାସ୍ତା ର କଡ ରେ ଟ୍ରକ କୁ ସାଇଡ କରି ଟ୍ରକ ଆଗରେ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଥିଲା।

ଟ୍ରକ ଡ୍ରାଇଭର ଟ୍ରକ ଆଗରେ ବ୍ୟାୟାମ କରୁଥିବା ଦେଖି ଆମ ପ୍ରତିନିଧି ତାଙ୍କ ସହିତ କିଛି କଥାବାର୍ତ୍ତା ହୋଇ ତାଙ୍କର ଏହି ନିଆଁରା ପ୍ରୟାସ କୁ ନେଇ ଆଲୋଚନା କରିଥିଲେ। ପରେ ତାଙ୍କୁ ପଚାରିବାରୁ ପିଲାଦିନରୁ ସେ ଫିଟନେସ ରହିବା ପାଇଁ ଜିମ ଯାଉଥିଲେ ,ପରେ ଡ୍ରାଇଭର ପେଶା ରେ ଆସିବା ପରେ ଯେତେବେଳେ ସମୟ ମିଳେ ଶରୀର କୁ ସୁସ୍ଥ ରଖିବା ପାଇଁ ଏମିତି ଟ୍ରକ କୁ ରଖି ବ୍ୟାୟାମ ଅଭ୍ୟାସ କରୁଥିବା କହିଛନ୍ତି। ସେ ବିହାର ରୁ ଟ୍ରକ ରେ ମାଲ ପରିବହନ କରି ହାଇଦ୍ରାବାଦ ଯାଉଥିବା କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।