MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡାକ୍ତର ଖାନା ସମ୍ମୁଖରେ ଯୁବକଙ୍କ ହାଇଡ୍ରମା

ଗତକାଲି ସୋର ଡାକ୍ତରଖାନାରେ ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଓ ସଫେଇ କର୍ମଚାରୀଙ୍କ ଧସ୍ତାଧସ୍ତି ଘଟଣାରେ ଆଜି ଏକ ନୂଆ ମୋଡ ଦେଖିବାକୁ ମିଳିଛି।


ସୋର :  ୦୫/୧୧/୨୪



ଗତକାଲି ସୋର ଡାକ୍ତରଖାନାରେ ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଓ ସଫେଇ କର୍ମଚାରୀଙ୍କ ଧସ୍ତାଧସ୍ତି ଘଟଣାରେ ଆଜି ଏକ ନୂଆ ମୋଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣଙ୍କ ସୋର ଡାକ୍ତରଖାନା ସମ୍ମୁଖ ରାସ୍ତାରେ ଶୋଇବା ସହିତ ହାଇଡ୍ରାମା କରିଥିଲେ।

ସୂଚନା ଅନୁସାରେ ଗତ ୩୧ ତାରିଖରୁ ଜୁଣିଆ ଗ୍ରାମର ପ୍ରଶାନ୍ତ ଦାସ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଦାସ ତିନି ମାସର ପୁଅର ଦେହ ଅସୁସ୍ଥ ଥିବାରୁ ସୋର ଡାକ୍ତର ଖାନାରେ ଅଛନ୍ତି। ମାତ୍ର ଗତକାଲି ଜଣେ ମହିଳା ସଫେଇ କର୍ମଚାରୀ କ୍ୟାବିନ ସଫା କରିବାକୁ ଯାଇଥିବା ବେଳେ କ୍ୟାବିନ ଅପରିସ୍କାର ଥିବାରୁ ଏବଂ ଅନ୍ୟ ବେଡ଼ରୁ ଗଦି କାଢି ତଳେ ପକାଇଥିବାରୁ ତାଙ୍କୁ ବାରଣ କରିଥିଲେ। ପରେ ପ୍ରଶାନ୍ତ ଉକ୍ତ ମହିଳାଙ୍କ ସଫେଇ ସମୟର ଭିଡିଓ ଉତ୍ତୋଳନ କରିବାରୁ ମହିଳା ଜଣଙ୍କ ତାଙ୍କୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା।

ଏନେଇ ଉଭୟ ପକ୍ଷରୁ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଆଜି ଅପରାହ୍ଣରେ ପ୍ରଶାନ୍ତ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ଇସ୍ତଫା ଦାବିରେ ଡାକ୍ତରଖାନା ସମ୍ମୁଖ ରାସ୍ତାରେ ଶୋଇବା ସହିତ ରାସ୍ତା ରୋକ କରିଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ ରାସ୍ତା ଜାମ ରହିବା ସହିତ ଶତାଧିକ ଲୋକ ନାନାଦି ଅସୁବିଧାକୁ ସମ୍ମୁଖୀନ ହୋଇଥିଲେ। ଏପରିକି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା।

ଖବର ପାଇ ସୋର ପୁଲିସ ଓ ବିଧାୟକ ମାଧବ ଧଡ଼ା ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବା ସହିତ ଡାକ୍ତରଖାନାର ଅଧିକ୍ଷକ ସତ୍ୟନାରାୟଣ ନାୟକଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ସେଠାରେ ମଧ୍ୟ ଯୁବକ ଜଣଙ୍କ ଡ୍ରାମା କରିବା ସହିତ ମହିଳା ସଫେଇ କର୍ମଚାରୀ ତାଙ୍କ ଗୋଡ ଧରି କ୍ଷମା ମାଗିବେ ଓ ସେ ଏହାକୁ ଭିଡିଓ ଉତ୍ତୋଲନ କରି ୟୁଟୁବେରେ ଛାଡ଼ିବେ ବୋଲି କହିଥିଲେ। ଫଳରେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।