February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଯୁବକ ସଂଘ ସଦସ୍ୟ ।

ମୋ ଟିଭି ଓଡିଶା / କଳାହାଣ୍ଡି:୦୫/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ


ରକ୍ତ ଦାନ କରି ଜୀବନ ବଞ୍ଚାଇଛନ୍ତି ଦନ୍ତେଶ୍ୱରୀ ଯୁବକ ସଂଘ ସଦସ୍ୟ। ସୂଚନା ଅନୁସାରେ ଭଇଁରିପାଲି ଗ୍ରାମର ମଦନ ରାଉତ ନିଜ ସ୍ତ୍ରୀ ବୈଦେହି ରାଉତ (୨୭) ଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ହୋମୋଗ୍ଲୋବିନ ୫ ପଏଣ୍ଟ ଥିବା ଯୋଗୁଁ ଚିକିତ୍ସାରେ ସମସ୍ୟା ଦେଖା ଦେଇଥିଲା। ଚିକିତ୍ସା ପାଇଁ B+ ରକ୍ତର ଆବଶ୍ୟକତା ଥିଲା। ମଦନ ରକ୍ତ ଟିକିଏ ଯୋଗାଡ଼ କରିବା ପାଇଁ ଘୁରି ବୁଲୁଥିବା ବେଳେ ଖବର ପାଇ ସାଙ୍ଗେ ସାଙ୍ଗେ ଦଣ୍ଡପାଟ ଅଞ୍ଚଳ ଦନ୍ତେଶ୍ୱରୀ ଯୁବକ ସଂଘ ବେହେରାର ସଦସ୍ୟ ମାନେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ସଂଘର ସଦସ୍ୟ ତନୋଜ କୁମାର ନାଏକ (ସାହିଲ) ଉକ୍ତ ମହିଳାଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇ ଥିଲେ।

ରକ୍ତ ଦାନ ସମୟରେ ଯୁବକ ସଂଘର ସଭାପତି କିରଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପ ସଭାପତି ଅନନ୍ତ ପଟେଲ,ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ୍ ନାଏକ, କୋଷାଧ୍ୟକ୍ଷ ଟଙ୍କଧର ରଣା, ସଦସ୍ୟ ଭାଗିରଥି ପଟେଲ, ବିରନ ନାଏକ, କ୍ଷୀରୋଦ ନାଏକ, ଦିଲୀପ ପଟେଲ, ରଶ୍ମୀ ନାଏକ, ହୁକିମ୍ ବିଶି, ରିଙ୍କୁ ବିଶି, ବୀର ଗୋପାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଯୁବକ ସଂଘର ଏପରି ଏକ ମହତ୍ କାର୍ଯ୍ୟକୁ ମହିଳାଙ୍କ ପରିବାର ସହିତ ବିଭିନ୍ନ ମହଲରୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।