କଳାହାଣ୍ଡି : ୦୧/୦୫ : ନିର୍ବାଚନ ପାଇଁ ହାତ ଗଣତି ଦିନ ବାକି ରହିଥିବା ବେଳେ ଦଲୀୟ ପ୍ରାର୍ଥୀ ଓ ସମର୍ଥକ ମାନେ ୪୪ ଡିଗ୍ରୀ ଖରାକୁ ମଧ୍ୟ ଖାତିର ନକରି ପ୍ରଚାର ମୈଦାନରେ ଗାଁ ଗାଁ ରେ ପ୍ରଚାର ଜୋରଦାର କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଚଳିତ ବିଧାନସଭା ନିର୍ବାଚନ ରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ନେଇ ରାଜନୀତି ସମୀକ୍ଷକ ମାନେ ମତ ପ୍ରକାଶ କରୁଥିବା ବେଳେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ହେଭିୱେଟ ତଥା ଭେଟେରାନ ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ କୋକସରା ବ୍ଲକରେ ପ୍ରଚାରର ମଙ୍ଗ ଧରିଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ।
ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ନେତୃତ୍ୱରେ ରାଜୀବ ଅଗ୍ରୱାଲ ବ୍ଲକ ଅଧ୍ୟକ୍ଷା ରହିଥିବା ପତ୍ନୀ ରିତା ଅଗ୍ରୱାଲ ଗତ ମାର୍ଚ୍ଚ ମାସରେ କୋକସରା ବ୍ଲକ ର ୨୨ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ନିଜର ସମର୍ଥକଙ୍କ ସହ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡି ଦଳରେ ସାମିଲ ହୋଇଥିଲେ। କୋକସରା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବିଗତ ୨ବର୍ଷ ମଧ୍ୟରେ ଲୋକଙ୍କ ସହ ଜନ ସମ୍ପର୍କ ସୁଦୃଢ଼ କରି ନିଜର ଏକ ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କ ପ୍ରତି ଲୋକଙ୍କ ଜନ ସମର୍ଥନ ରହିଛି। ଯାହାକୁ ନେଇ ବିଜେଡି ରେ ସାମିଲ ହେବାପରେ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ ଦିନରାତି ଜନ ସମର୍ଥନ ଜୁଟାଇବାରେ ଲାଗି ପଡିଛନ୍ତି।
ଚଳିତ ବିଧାନସଭା ନିର୍ବାଚନ ରେ କୋକସରା ବ୍ଲକରେ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ରଙ୍କ ପାଇଁ ଢାଲ ସାଜି ସାରଥୀ ଭାବେ ପୁଷ୍ପେନ୍ଦ୍ରଙ୍କ ସହ ୨୨ ପଞ୍ଚାୟତରେ ପ୍ରଚାରର ମଙ୍ଗ ଧରିଛନ୍ତି। ପୁଷ୍ପେନ୍ଦ୍ରଙ୍କୁ ଭୋଟ ଚମ୍ପିୟାନ କରିବା ପାଇଁ ଦିନରାତି ଏକ କରି ୨୨ ପଞ୍ଚାୟତ ରେ ପହଞ୍ଚି ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ରାଜ୍ୟ ବିଜେଡି ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଯୋଜନା ଓ ଗାଁ ଗାଁ ରେ ହୋଇଥିବା ରୂପାନ୍ତରିତ ବିକାଶ ଓ ବିଜେଡି ସରକାର ଆସିଲେ ପୁଣି ଆମ ବ୍ଲକରେ ବିକାଶ ସୋପାନ ଛୁଇଁବ, ଏଥିପାଇଁ ବିଧାୟକ ପ୍ରାର୍ଥୀଙ୍କୁ ପୁଣି ଥରେ ଆଶ୍ରିବାଦ କରିବାକୁ ଅନୁରୋଧ କରିଛନ୍ତି।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।