MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ଯୁବକ, ପୋକ୍ସ୍ ଆକ୍ଟରେ ହେଲେ କୋର୍ଟ ଚାଲାଣ


ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ)

ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ମହାଗୁଡି ଗ୍ରାମର କୁନାଳ ନାୟକ (୪୨) କୁ ସେହି ଗ୍ରାମର ନାବାଳିକାକୁ ଧର୍ଷଣ କରିଥିବା ଘଟଣାରେ ଗିରଫ କରି ପୋକ୍ସ୍ ଆକ୍ଟରେ ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ସୁଚନା ରହିଛି। ଖବର ଯେ ନାବାଳିକା ଜଣକ ବର୍ତ୍ତମାନ ୫ମାସ ଗର୍ଭବତୀ ଥିବା କୁହା ଯାଇଛି। ନାବାଳିକାକୁ ଜୀବନରେ ମାରିଦେବା ଧମକ ଦେଖାଇ ଜୋରଜବରଦସ୍ତି ଧର୍ଷଣ କରିଥିବା ଜଣା ପଡ଼ିଛି। ଏହି କଥା ପରିବାରର ସଦସ୍ୟ କୁ କହିଲେ ବାପା ମାଙ୍କ ସହିତ ତୋତେ ଜୀବନରେ ମାରିଦେବୀ କହି ଡରାଇ ୭ଥର କୁଆଡେ଼ ଧର୍ଷଣ କରିଥିଲା। ଏହି ଘଟଣା ନାବାଳିକା ଭୟରେ ପରିବାର ସଦସ୍ୟଙ୍କୁ ନ ଜଣାଇ ରହିଥିଲା। ସବୁ ବେଳେ ଝିଅଟି ନିରବ ରହୁ ଥିବା ଦେଖି ପରିବାର ପକ୍ଷରୁ ମିଶିନାରି ଅନୁଷ୍ଠାନରେ ପଢିବା ପାଈଁ ଛାଡ଼ି ଥିଲେ। ଅନୁଷ୍ଠାନ ପକ୍ଷରୁ ମାସିକ ପିରିୟଡ଼ ଟେଷ୍ଟ କରାଯାଇଥିଲା। ସେହି ସମୟରେ ଝିଅ ୫ମାସ ଗର୍ଭବତୀ ଥିବା ଜଣା ପଡ଼ିବାରୁ ପରିବାର ସଦସ୍ୟଙ୍କୁ ଡାକି ଝିଅକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ। ଏହା ପରେ ଝିଅର ବାପା ଏହି ଘଟଣା ନେଇ ଚଳିତ ମାସ ଗତ ୨୭ ତାରିଖ ଦିନ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥଲେ। ଆଜି ଥାନା ପକ୍ଷରୁ ପୋକ୍ସ ଆକ୍ଟରେ ଗିରଫ କରି ଆସାମୀ କୁନାଳକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀଙ୍କ ସୁଚନା ରହିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।