February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଋଣ ଭାର ସହିନପାରି ଯୁବକଙ୍କ ଆତ୍ମହତ୍ୟା

ସୋର : ଋଣ ଭାର ସହିନପାରି ଜଣେ ଯୁବକ ଜୀବନ ହାରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଦହିସଡା ପଂଚାୟତ ଚାରିଘରିଆ ସାହି ଗ୍ରାମର ରାକେଶ ଜେନା। ରାକେଶ ପୂର୍ବରୁ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ ୩ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ନାମରେ ଘରୋଇ ଋଣ ନେଇ ଏକ ଡିଜେ ଗାଡି ବାହାର କରିଥିଲେ। ମାତ୍ର ଚଳିତ ବର୍ଷ ଡିଜେ ଗାଡି ବ୍ୟାନ ହେବାରୁ ରାକେଶ ସଠିକ ସମୟରେ କିସ୍ତି ଟଙ୍କା ପୈଠ କରିପାରିନଥିଲେ।

ଏନେଇ ଉଭୟ ସ୍ବାମିସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ସେ ଘରକୁ ଫେରି ଅଲଗା ରୁମରେ ଶୋଇବାକୁ ଯାଇଥିଲେ। ଆଜି ସକାଳେ ପରିବାର ଲୋକେ ଉକ୍ତ ଘରର ଝରକାରେ ରାକେଶ ଫେନରେ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ। ପରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।