ସୋର : ସୋର ବ୍ଲକ ତଳନଗର ପଂଚାୟତ ସୁନାରୀ ଗ୍ରାମର ଜଣେ ଯୁବକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏହି ଗ୍ରାମର ହରିହର ମାଝୀ(୪୫)ଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅ ଏବଂ ପୁଅ ବାହାର ରାଜ୍ୟରେ କାମ କରୁଛନ୍ତି। ତେବେ ସ୍ୱାମୀ ସ୍ତ୍ରୀ ଦୁହେଁ ଘରେ ରହୁଥିବା ବେଳେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହେ। ଗତକାଲି ରାତିରେ ହରିହର ଓ ତାଙ୍କ ସ୍ତ୍ରୀ ଭିନ୍ନ ଭିନ୍ନ ଘରେ ଶୋଇଥିବା ବେଳେ ଆଜି ସକାଳେ ହରିହର ଶୋଇଥିବା ଘରର କବାଟ ଖୋଲି ନଥିଲେ। ପରେ ତାଙ୍କ ସ୍ତ୍ରୀ ପଡ଼ୋଶୀଙ୍କ ସହାୟତାରେ ଘରର କାଵଟ ଭାଙ୍ଗି ହରିହରଙ୍କୁ ଗଡାଣରେ ତାଙ୍କ ଝିଅର ଏପ୍ରୋନରେ ଫାଶୀ ଲଗାଇଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତର ଖାନାରେ ପହଂଚି ୭୧/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।