February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁଅ ଦୋଷ କରିଥିଲେ ଦଣ୍ଡ ପାଉ, ଗିରଫ ଜାହିରଙ୍କ ବାପା, ଜାଲ୍‌ ନୋଟ୍ କାରବାର ମାମଲା

ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜର ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍। ଏହି ଜାଲ୍ ନୋଟ୍ କାରବାରର ଚେର ଭଦ୍ରକ ଜିଲାର ବାସୁଦେବପୁରକୁ ଲମ୍ବିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବାସୁଦେବପୁର ପୌରପାଳିକା ଅଧୀନ ଶୁକଦେବପୁର ଗାଁର ଜାହିର ଖାଁ।  ୨୮ ତାରିଖରେ ଏହି ଏହି ଘଟଣା ଘଟିଥ‌ିବା ବେଳେ ଏବେ ଖବର ସାମ୍ନାକୁ ଆସିଛି।

ଶୁକଦେବପୁର ଗାଁର ଆଜାଦବସ୍ତୀର ସାଜିଦ ଖାଁଙ୍କ ପୁଅ ଜାହିର ବୋଲି ଜଣାପଡିଛି । ବାପାଙ୍କ କହିବା ଅନୁଯାୟୀ, ଆଜକୁ ୬ ବର୍ଷ ହେଲା ତାଙ୍କ ପୁଅ ଜାହିର ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଜାମିଆ ଅବିଦିଆ ମଦ୍ରାସାରେ ପାଠ ପଢ଼ୁଥିଲେ। ଜାଲ୍ ନୋଟ୍ କାରବାରରେ ଜାହିଁର ସମ୍ପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଥ‌ିବାକୁ ନେଇ ଉତ୍ତରପ୍ରଦେଶର ଜଣେ ଆଇନଜିବୀ ତାଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇଥିଲେ। ପୁଅ ଦଣ୍ଡିତ ହେବା ପରେ ତାଙ୍କ ବାପା ଜାହିରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଯିଏ ଦୋଷ କରିଛି , ସେ ଦଣ୍ଡ ପାଉ ବୋଲି କହିଛନ୍ତି। ଏବଂ ଯଦି କେଉଁ ବାପା ମାଆଙ୍କ ପୁଅ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହୁଛି , ତେବେ ପୁଅକୁ ଘଣ୍ଟ ଘୋଡାନ୍ତୁ ନାହିଁ ବୋଲି କହିଛନ୍ତି।

ତେବେ ସାଜିଦ୍ ଜଣେ ଚେରମୁଳି ଜଡ଼ିବୁଟି ଚିକିତ୍ସକ ଭାବେ କାର୍ଯ୍ୟ କରନ୍ତି। ତିନି ମାସ ପୂର୍ବେ ଜାହିର ଘରକୁ ଆସି ଯିବା ବେଳେ ତାଙ୍କୁ ନ ଜଣାଇ ଘରେ ଥିବା କୋଡିଏ ହଜାର ଟଙ୍କା ନେଇଯାଇଥିଲେ। ରାସ୍ତାରେ ତାଙ୍କର ଜଣେ ସାଙ୍ଗ ସହ ଫୋନ୍ ଯୋଗେ ଯୋଗାଯୋଗ କରି ବାପା ରଖିଥ‌ିବା କୋଡିଏ ହଜାର ଟଙ୍କା ସେ ନେଇଯାଇଥିବା ତାଙ୍କ ଘରେ ଜଣାଇଦେବାକୁ କହିଥିଲେ। ପୁଲିସକୁ ତଦନ୍ତ ବେଳେ ସହଯୋଗ କରିବେ ବୋଲି ସାଜିଦ୍ କହିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ବାସୁଦେବପୁର ପୋଲିସ ପାଖରେ ବିଶେଷ କିଛି ସୂଚନା ନାହିଁ। ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହି ଘଟଣା ଜଣାପଡ଼ିଛି। ୟୁପି ପୋଲିସ ଆସିଲେ ତଦନ୍ତରେ ସହ‌ଯୋଗ କରାଯିବ ବୋଲି ବାସୁଦେବପୁର ଥାନା ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।