ମୋଟିଭି ଓଡିଶା : ଆଜିଠୁ ରାଜ୍ୟରେ ପାଗରେ ଆସିବ ପରିବର୍ତ୍ତନ। ଆଗାମୀ ୪ଦିନ ଯାଏ କାଳବୈଶାଖୀ ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ୯ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ହୋଇପାରେ। ୭ ଓ ୮ତାରିଖରେ ବର୍ଷାର ପରିମାଣ ଅଧିକ ରହିପାରେ। କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ ଏବଂ କନ୍ଧମାଳ ରହିଛି। ଏହି ସମୟରେ ପବନର ବେଗ ୪୦ରୁ ୫୦ କି.ମି ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
More Stories
ଜାଡ଼ରେ ଥରୁଛି ଓଡ଼ିଶା
୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।
ଶୀତର ତାଣ୍ଡବ