January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଦଳିବ ଓଲିଉଡ ଇଣ୍ଡଷ୍ଟ୍ରିର ରୂପରେଖ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହେବ ପୁନରୁଦ୍ଧାର । ରାଜ୍ୟରେ ଖୁବଶୀଘ୍ର ଲାଗୁହେବ ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଓଡ଼ିଶା ଚଳଚ୍ଚିତ୍ର ମହାସଂଘ । ଧୀରେ ଧୀରେ ଓଡ଼ିଆ ଚଳଚିତ୍ର ଶିଳ୍ପର ସ୍ଥିତି ସୁଧୁରିବା ସହ ଭଲ କାହାଣୀ ମାଧ୍ୟମରେ ସ୍ୱର୍ଣ୍ଣିମ ଅଧ୍ୟାୟ ଫେରୁଥିବା ବେଳେ ରାଜ୍ୟରେ ଖୁବଶୀଘ୍ର ପ୍ରଣୟନ ହେବ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସ୍ବତନ୍ତ୍ର ପଲିସି । ଆଉ ନିର୍ମାଣାଧୀନ କଳିଙ୍ଗ ଷ୍ଟୁଡିଓର ଫେରିବ ପୁରୁଣା ସ୍ଥିତି । ରାଜ୍ୟ ସରକାରଙ୍କ ଏଭଳି ପ୍ରତିଶ୍ରୁତି ଦେବା ପରେ ସିନେମା ଶିଳ୍ପର ଭାଗ୍ୟ ବଦଳିବ ବୋଲି ଆଶା ପ୍ରକଟ କରିଛନ୍ତି ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି । ଏହି ଆଶାକୁ ନେଇ କଳିଙ୍ଗ ଷ୍ଟୁଡିଓ ପରିସରରେ ଓଡ଼ିଶା ଚଳଚ୍ଚିତ୍ର ମହାସଂଘ ସାମ୍ବାଦିକ ସମ୍ମିଳନୀ ନୂଆ ସିନେମା ପଲିସି ଲାଗୁକରିବା ପାଇଁ ଦାବି କରିଛନ୍ତି । ବିବାଦ ଓ ସମସ୍ୟା ଭିତରେ ଛନ୍ଦି ହୋଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଅଣ୍ଟା ସଳଖୁଥିବା ବେଳେ ଏକାଠି ହୋଇଛନ୍ତି କିଛି ସିନେ ପ୍ରଯୋଜକ, ନିର୍ଦେଶକ, କଳାକାର, ଲେଖକ, ସିନେମା ଅଟୋଗ୍ରାଫେର ଓ ଅନାନ୍ୟ କୁଶଳୀ କାରିଗର।

କଳିଙ୍ଗ ଷ୍ଟୁଡିଓ ରେ ଏକାଠି ହୋଇ ମହାସଂଘ କରି ନୂଆ ଓଡ଼ିଆ ସିନେମା ପଲିସି ରାଜ୍ୟସରକାର ଆଣିବେ ବୋଲି ଆଶା ବାନ୍ଧିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଭେଟି ସିନେମା ଶିଳ୍ପର ବିକାଶ ଦିଗରେ ଆଲୋଚନା ସହ ପ୍ରତିଶୃତି ପରେ ପଲିସୀ କାର୍ଯ୍ୟକାରୀ ନେଇ ଆଶାବାନ୍ଧିବା ସହ ବିଭିନ୍ନ ଦାବିକୁ ନେଇ ଏକାଠି ହୋଇଛି ସଂଘ । ଏହାସହ ନିର୍ମାଣାଧୀନ କଳିଙ୍ଗ ଷ୍ଟୁଡିଓ କିଭଳି ପୁରୁଣା ଐତିହ୍ୟ ଫେରିପାଇବ, ଆଉ ପୁରୁଣା ସିନେମା କିଭଳି ସଂରକ୍ଷିତ ହେବ ବା ଏନେଇ ଅଭିଲେଖାଗାର ହେବ ଏନେଇ ଦାବି କରିଛି ସଂଘ ।

ପଲିସି ଅନୁସାରେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯିବ, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ପ୍ରାଧାନ୍ୟ ଦେବେ ,ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ପ୍ରଯୋଜକ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା,ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା , ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ୨୦୧୯ ର ପାରିତ ପଲିସୀ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ନୂଆ ନୂଆ ସରକାର ଏତେଦିନଧରି ପାରିତ ହୋଇ ରହିଥିବା ସିନେମା ପଲିସି କାର୍ଯ୍ୟକାରୀ କରିବା ସହ ଶିଳ୍ପର ବିକାଶ ଦିଗରେ ସରକାର ତୁରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ସେ ସଂଘ ।

ଅନ୍ୟପଟେ ବିଗତ ତିନିରୁ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ପଖାପାଖି ୪୦ରୁ ଅଧିକ ସିନେମା ହଲ୍ ବନ୍ଦ ହୋଇସାରିଥିବା ବେଳେ ବର୍ତ୍ତମାନ ୩୦ ଟି ଜିଲ୍ଲାରେ ମାତ୍ର ହାତଗଣତି ୫୨ ଟି ହଲ ରହିଛି । ଯେଉଁଠିକି ଓଡ଼ିଆ ସିନେମାକୁ କମ ସୁଯୋଗ ମିଳୁଛି। ସେହିପରି ୧୯୭୪ ମସିହାରେ ଓଡ଼ିଶାରେ ଚଳଚ୍ଚିତ୍ରକୁ ଏକ ଶିଳ୍ପର ମାନ୍ୟତା ମିଳିଛି । ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମ ତିଆରି ହୋଇଥିଲା । ଏବେ ଏହାକୁ ୫୦ ବର୍ଷ ପୂରିବାକୁ ଯାଉଛି । ହେଲେ କେଉଁ ଭଲ ପ୍ରଯୋଜକଙ୍କୁ ଆର୍ଥିକ ସହାୟତା, ଋଣ ଯୋଗାଇ ଦେବା, ଭଲ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ନିଗମ ପାଖରେ ଅର୍ଥ ନାହିଁ। ଓଡ଼ିଶାରେ ଫିଲ୍ମ ସିଟି ନାହିଁ । କଳିଙ୍ଗ ଷ୍ଟୁଡିଓ ୧୯୯୯ ମସିହା ବାତ୍ୟାରେ ଭାଙ୍ଗିଯିବା ପରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ନୂଆ ପଲିସି ପରେ ପଲିସିର ସରଳୀକରଣ କରି ଲାଗୁକରିବା ଓ ଚଳଚ୍ଚିତ୍ର ନିଗମର ସହଯୋଗରେ ଓଡ଼ିଆ ସିନେମା ଶିଳ୍ପରେ ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସିନେ ସମୀକ୍ଷକ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।